ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ନିର୍ମମ ହତ୍ୟା ଘଟଣା : ଆସିକା ଓକିଲ ସଂଘର କଲମଛାଡ
ଆସିକା (ୱାଇଏନ୍ଏସ୍) ବ୍ରହ୍ମପୁରରେ ବରିଷ୍ଠ ଆଇନଜୀବୀ ତଥା ଓଡିଶା ରାଜ୍ୟ ବାର୍ କାଉନସିଲ୍ର ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରାଯିବା ଘଟଣାକୁ ଆସିକା ଓକିଲ ସଂଘ ଦୃଢ ନିନ୍ଦା କରିବା ସହ ଗଭୀର ଉଦ୍ବେଗ ପ୍ରକାଶ କରିଥିବା ଲକ୍ଷ୍ୟ କରାଯାଇଛି । ଓଡିଶା ରାଜ୍ୟ ବାର୍ କାଉନସିଲର ଆହ୍ୱାନକ୍ରମେ ବୁଧବାର ଆସିକା ଓକିଲ ସଂଘ ପକ୍ଷରୁ ପେନ୍ ଡାଉନ୍ ବା କଲମଛଡ ସହ ଆଇନଜୀବୀମାନେ କାର୍ଯ୍ୟବନ୍ଦରେ ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ବୁଧବାର ପୂର୍ବାହ୍ନରେ ଆସିକା ଓକିଲ ସଂଘର ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ଛବିଳରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ଓକିଲ ସଂଘର ସଦସ୍ୟମାନେ ଯୋଗଦେଇ ପରଲୋକାଗତ ଆଇନଜୀବୀ ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ଦିବଙ୍ଗତ ଅମର ଆତ୍ମାର ସଦ୍ଗତି କାମନା କରି ୨ ମିନଟ୍ ନୀରବ ପ୍ରର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସିକା ଓକିଲ ସଂଘର ସଂପାଦକ ତଥା ବରିଷ୍ଠ ଆଇନଜୀବୀ ନାରାୟଣ ମୁନି, ଆଇନଜୀବୀ ସୁଧାଂଶୁ କୁମାର ପାଣିଗ୍ରାହୀ, ଜୟଚନ୍ଦ୍ର ନାୟକ, ପ୍ରଭାତ କୁମାର ପାଢୀ, ବିଦେଶୀ ନାହାକ, ଅଜିତ୍ କୁମାର ପଟ୍ଟନାୟକ, ନାରାୟଣ ହୋତା ପ୍ରମୁଖ ଉଦ୍ବୋଧନ ଦେଇ ପରଲୋକାଗତ ବରିଷ୍ଠ ଆଇନଜୀବୀ ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ବହୁମୁଖୀ ପ୍ରତିଭା ଓ ଗୁଣାବଳୀ ଏବଂ ସାଙ୍ଗଠନିକ ଦକ୍ଷତା ଉପରେ ଆଲୋକପାତ କରିବା ସାଙ୍ଗକୁ ଏହି ନିର୍ମମ ଗୁଳିକାଣ୍ଡ ଘଟଣା ଆଇନଜୀବୀ ସମାଜକୁ ମର୍ମାହତ କରିବା ସହ ଆଇନଜୀବୀମାନଙ୍କ ସୁରକ୍ଷା ଓ ବାର୍ର ସ୍ୱାଧୀନତା ଉପରେ ସିଧା ଆକ୍ରମଣ ହୋଇଛି ବୋଲି ଅତ୍ୟନ୍ତ କ୍ଷୋଭର ସହ ପ୍ରକାଶ କରିବା ସାଙ୍ଗକୁ ତୁରନ୍ତ ଆଇନଜୀବୀ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବା ସହ ଏହି ନିର୍ମମ ତଥା ଅମାନୁଷିକ ଗୁଳିକାଣ୍ଡ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା, ମୃତ ଆଇନଜୀବୀଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ, ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ ବିଚାର ବିଭାଗୀୟ କମିଶନ ଗଠନ କରିବା ଉପରେ ଦାବୀ ଉପସ୍ଥାପନ କରିଥିଲେ । ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ନିର୍ମମ ହତ୍ୟା ଘଟଣାର ପ୍ରତିବାଦରେ ଆସିକା ଓକିଲ ସଂଘ ପକ୍ଷରୁ ବୁଧବାର କଲମଛାଡ କରାଯାଇଥିଲା ବେଳେ ଏହି ଅବସରରେ ଅନୁଷ୍ଠିତ ଶୋକ ତଥା ସ୍ମୃତିଚାରଣ ସଭାରେ ଅନ୍ୟମାନଙ୍କ ମଧ୍ୟରେ କ୍ୟାଡର୍ ଅତିରିକ୍ତ ପିପି (ଅତିରିକ୍ତ ଅଭିଯୋଜକ) ସୁରେଶ ଚନ୍ଦ୍ର ପାତ୍ର, ଓକିଲ ସଂଘର କୋଷାଧ୍ୟକ୍ଷ ରାଘବ କୁମାର ନାହାକ, ଓକିଲ ସଂଘର ପୂର୍ବତନ ସଭାପତି ସୁଧାଂଶୁ କୁମାର ପଣ୍ଡା ଓ ସୁରେନ୍ଦ୍ରନାଥ ପଣ୍ଡା, ବରିଷ୍ଠ ଆଇନଜୀବୀ ପି.ରବି କୁମାର ପାତ୍ର, ପ୍ରଭାତ କୁମାର ପାଢୀ, ଅଜିତ୍ କୁମାର ପଟ୍ଟନାୟକ, ସୁଧାଂଶୁ କୁମାର ପାଣିଗ୍ରାହୀ, ଜୟଚନ୍ଦ୍ର ନାୟକ, ଜି.ସୂର୍ଯ୍ୟପ୍ରକାଶ ରାଓ, ମହେଶ୍ୱର ବେହେରା, ସୁଦୀପ୍ତ ପାତ୍ର, ପୂର୍ଣ୍ଣଚନ୍ଦ୍ର ନାୟକ, ଅଜିତ୍ କୁମାର ମୁନି, ନାରାୟଣ ହୋତା, ମନୋରଂଜନ ନାୟକ, ରୁଦ୍ର ପାଣିଗ୍ରାହୀ, ଦେବେନ୍ଦ୍ର କୁମାର ପାଢୀ, ଭରତେନ୍ଦୁ ଭୂଷଣ ନାୟକ, ହର୍ଷରଂଜନ ପାଢୀ, ସୁଧୀର ତ୍ରିପାଠୀ, ଦେବରାଜ ମିଶ୍ର, ପ୍ରସନ୍ନ କୁମାର ବିଷୋୟୀ, ସିମାଂଚଳ ମହାରଣା, ଚିନ୍ତାମଣି ମେକାପ୍, ମାନସ ରଂଜନ ଗୌଡ, ହୃଦାନନ୍ଦ ଜେନା, ଶିବରାମ ପ୍ରଧାନ, ପ୍ରଶାନ୍ତ କୁମାର ଚର୍ଚ୍ଚିଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । କେବଳ ବ୍ରହ୍ମପୁର ନୁହେଁ ସମଗ୍ର ଗଞ୍ଜାମ ଜିଲ୍ଲାରେ ଜଣେ ସ୍ପଷ୍ଟବାଦୀ ବ୍ୟକ୍ତି ରୂପେ ପରିଚିତ ଥାଇ ସଦାସର୍ବଦା ହସ ହସ ଚେହେରା ସାଙ୍ଗକୁ ନିଜର ନମ୍ର ଭାବ ଓ ପରୋପକାର ମନୋବୃତ୍ତି ଯୋଗୁଁ ଅନ୍ୟକୁ ଆପଣାର କରିପାରୁଥିବା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ନିର୍ମମ ହତ୍ୟା ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଥିଲା ବେଳେ ଏଭଳି ଘୃଣ୍ୟ କାର୍ଯ୍ୟରେ ଯେଉଁମାନେ ପ୍ରତ୍ୟେକ୍ଷ ଓ ପରୋଭ ଭାବେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।