ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ପରୀକ୍ଷାର୍ଥୀମାନଙ୍କୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମର ପୂଜା ସାମଲଙ୍କୁ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତାକୁ ନେଇ ସମ୍ବର୍ଦ୍ଧିତ କରାଯାଇଛି. ପୂଜା ଜଣେ ବିଏସସି ଏଗ୍ରିକଲ୍ଚର, ଏମଏସସି ଏଜୁକେଶନର ଛାତ୍ରୀ ଥିଲେ. ପରେ ପିଜି ସାରି ଓଡିଶା ପ୍ରଶାସନିକ ସେବା  ପରୀକ୍ଷା 157 ରେଙ୍କ୍ ରଖିଥିଲେ । ସେ ଗୁରାଣ୍ଡି ଗ୍ରାମର  ନଘରିଆ ସାହି ବାସିନ୍ଦା ପ୍ରଫୁଲ ସାମଲ ଏବଂ ପୁଷ୍ପାଞ୍ଜଳୀ ସାମଲଙ୍କର କନ୍ୟା ସନ୍ତାନ ହୋଇଥିବାରୁ ତାଙ୍କ ସଫଳତାରେ ଗ୍ରାମବାସୀ ସନ୍ତୋଷ ପ୍ରକଟ କରିଛନ୍ତି।  ସେ ଗ୍ରାମକୁ ଆସିଥିବା ବେଳେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଆୟୋଜନ କରାଯାଇ ପୂଜାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁରାଣ୍ଡି ଠାରେ ସମ୍ବର୍ଦ୍ଧିତ ବେଳେ ସରପଞ୍ଚ ଶିଳ୍ପା ପାତ୍ର, ସମିତି ସଭ୍ୟା ପି.ମିନାକ୍ଷୀଙ୍କ ସମେତ ଗ୍ରାମର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ସମାଜସେବୀ ମାନେ ଉପସ୍ଥିତଥିଲେ ।  ସେହିପରି ଏହି ବ୍ଲକର ଏସ୍.ରାଉତପୁର ଗ୍ରାମର ଜୁନେଶ ଶବର ଓ ପ୍ରିତି ଶବରଙ୍କ ଝିଅ ପ୍ରଜୁକ୍ତା ଶବର ଯିଏକି 378 ରେଙ୍କ୍ ରଖି ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ତାଙ୍କୁ ଓ ପୂଜା ସାମଲଙ୍କୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସ୍ବତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଡିଓ ଗୌରଚନ୍ଦ୍ର ପଟ୍ଟନାୟକ, ଜିପିଇଓ ଅଶୋକ ପାତ୍ର ପ୍ରମୁଖଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ