ବରିଷ୍ଠ ନାଗରିକଙ୍କ ସମ୍ମାନ ଓ ସୁରକ୍ଷା ଜରୁରୀ : ମନୋରଞ୍ଜନ

ପାତ୍ରପୁର,(ୱାଇଏନଏସ): ବରିଷ୍ଠ ନାଗରିକଙ୍କ ପାଇଁ ସମ୍ମାନ ଓ ସୁରକ୍ଷା ଉଭୟ ଜରୁରୀ ବୋଲି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା କହିଛନ୍ତି। ସେ କହିଥିଲେ, ପରିଣତ ବୟସରେ ବାପା ମାଆଙ୍କୁ ଅନାଦର କରୁଥିବା ସନ୍ତାନମାନେ ତାଙ୍କ ସୃଷ୍ଟିଦାତାଙ୍କ ତ୍ୟାଗ ଓ ମହନୀୟତାକୁ ଭୁଲିଯାଉଛନ୍ତି, ଯାହା ସମାଜ ପାଇଁ ଦୁଃଖଦ।
ପାତ୍ରପୁର ପଞ୍ଚାୟତ ସମିତି ତରଫରୁ ଆୟୋଜିତ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ। ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଳ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ କହିଥିଲେ ଯେ, ପାତ୍ରପୁର ବ୍ଲକରେ ବରିଷ୍ଠ ନାଗରିକଙ୍କ ଚିତ୍ତବିନୋଦନ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରାଯିବ ଏବଂ ସେମାନଙ୍କ ଅସୁବିଧା ସମୟରେ ସରକାର ସହଯୋଗ କରିବ।
ଏହି ଅବସରରେ ବ୍ଲକର ଅନେକ ବରିଷ୍ଠ ନାଗରିକଙ୍କୁ ପୁଷ୍ପଗୁଚ୍ଛ, ବସ୍ତ୍ର ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ନିଜ ଅନୁଭୂତି ଓ ଜୀବନ ଅନୁଭବ ବାଣୀ ସେୟାର କରିଥିଲେ।
ପୂର୍ବରୁ ଆୟୋଜିତ ପ୍ରବନ୍ଧ ରଚନା ପ୍ରତିଯୋଗିତାରେ ବିଜେତା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସେହି ଅବସରରେ ଟ୍ରଫି ଓ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।
ବିଦ୍ୟାଳୟ ସ୍ତରରେ: ଅଭିପ୍ସା ବାଡ଼ତ୍ୟା (ପ୍ରଥମ), ସୁନନ୍ୟା ନାୟକ (ଦ୍ଵିତୀୟ), ଗାୟତ୍ରୀ ରଣା (ତୃତୀୟ)
ମହାବିଦ୍ୟାଳୟ ସ୍ତରରେ: ଜି. ଭବାନୀ ଦୋରା (ପ୍ରଥମ), ଅଙ୍କିତା ପ୍ରଧାନ (ଦ୍ଵିତୀୟ), ସୋନାଲି ପଣ୍ଡା (ତୃତୀୟ)
କାର୍ଯ୍ୟକ୍ରମରେ ବିଡିଓ ଲକ୍ଷ୍ମଣ ଚରଣ ସୋରେନ, ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ, ସିଡିପିଓ , ବରିଷ୍ଠ ନାଗରିକ ପି. ସଚ୍ଚିଦାନନ୍ଦ ସୁବୁଦ୍ଧି, ବୃନ୍ଦାବନ ସାହୁ ମଞ୍ଚଷିନ ଥିଲେ।
ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ନେହସୀଷ ପଟ୍ଟନାୟକ କାର୍ଯ୍ୟକ୍ରମ ର ସଂଯୋଜନା କରି ଥିବା ବେଳେ ବ୍ଲକ କର୍ମଚାରୀମାନେ ସହଯୋଗ କରିଥିଲେ।ଏହି ଅବସରରେ ବାର ଜଣ ଅନ୍ତ୍ୟଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ ବିଧାୟକ କାର୍ଯ୍ୟାଦେଶ ବଣ୍ଟନ କରି ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ