ବୁଗୁଡା ବ୍ଲକର ଭଗବାନପୁର ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ
ବୁଗୁଡା , (ଅନୀଲ କୁମାର ମହାରଣା) : ଗଂଜାମ ଜିଲ୍ଲାର ବୁଗୁଡା ବ୍ଳକ ଅନ୍ତର୍ଗତ ଭାଗବାନପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ ଅକ୍ଟୋବର ୧୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ବିଡ଼ିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଏଡିଏମ ସୁନିଲ କେର୍କେଟା, ବୁଗୁଡା ତହସିଲଦାର ତାପସ ରାଉତ, ଏବିଡ଼ିଓ ଧର୍ମରାଜ ପରିଡା, ସିଡିପିଓ ବବିତା କୁମାରୀ ପଣ୍ଡା, ଭଗବାନପୁର ପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ ଓ ବିଭିନ୍ନ ବିଭାଗର ଅଧିକାରୀ ବୃନ୍ଦ ଯୋଗଦେଇଥିଲେ। ଭଗବାନପୁର ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୪୩ ଗୋଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା। ସେଥି ମଧ୍ୟରୁ ୩୫ ଗୋଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୧୮ ଗୋଟି ଗୋଷ୍ଠୀଗତ ଅଭିଯୋଗ ଥିଲା। ସେଥି ମଧ୍ୟରୁ ୨୦ ଗୋଟି ଅଭିଯୋଗର ସମାଧାନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବୁଗୁଡା ବ୍ଳକର କର୍ମଚାରୀ ବୃନ୍ଦ ଏବଂ ପଞ୍ଚାୟତର ପିଇଓ ଓ ଜିଆରଏସ ସହଯୋଗ କରିଥିଲେ।