ନିଶାମୁକ୍ତ ଭାରତ ପାଇଁ ଚାଲି ଚାଲି ଭାରତ ଭ୍ରମଣ

ବେତନଟୀ ( ଉଦିତ କୁମାର ପରିଡା )  : ନିଶାମୁକ୍ତ ଭାରତର ସ୍ବପ୍ନ ନେଇ ପୁରା ଭାରତ ପଦଯାତ୍ରା କରୁଛନ୍ତି ଆସାମ ଅଞ୍ଚଳର ସ୍ବେଛାସେବୀ ପଲ୍ହବ ଦେବ। ତାଙ୍କୁ ସୋମବାର ମୟୂରଭଞ୍ଜ ଜିଲ୍ଲା ବେତନଟୀଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି, ବେତନଟୀର ଅଗ୍ରଣୀ ସାମାଜିକ ସଂଗଠନ “ଆମ ଗାଁ ଖଟି” ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ସଂଗଠନ ର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ତାଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ। ସେ ଭାରତକୁ ସମ୍ପୂର୍ଣ୍ଣ ଭାବେ ନିଶାମୁକ୍ତ କରିବା ଆଶାରେ ଆସାମରୁ ଯାତ୍ରା ଆରମ୍ଭ କରି ୧୭୧ ଦିନରେ ୩୦୦୦ କିଲୋମିଟର ଚାଲି ଚାଲି ପଦଯାତ୍ରା ସାରିଲେଣି, ସେ ଆହୁରି ହଜାର ହଜାର କିଲୋମିଟର ଚାଲି ପୁରା ଭାରତ ଭ୍ରମଣ କରିବା ଆଶାବାଦୀ ଅଛନ୍ତି। ତାଙ୍କୁ ସମ୍ବୋର୍ଦ୍ଧନା ସମୟରେ ଆମ ଗାଁ ଖଟିର ପ୍ରବୀର କୁମାର ବାରିକ, ସତ୍ୟକାମ ପଣ୍ଡା, ଦୀପ୍ତିକାନ୍ତ ସେଠୀ, ଜ୍ଞାନରଞ୍ଜନ ବେହେରା, ଅଜୟ ଦାସ, ଭବାନୀ ସେଠୀ, ରାଜକିଶୋର ବେହେରା,  ତପୁ ସାହୁ, ଅରୁଣ ସାହୁ, ଭାଗିରଥି ମିସ୍ତ୍ରୀ, ହୃଷିକେଶ ମହାନ୍ତ, ଉଦିତ ପରିଡା, ହରିଶ ଚନ୍ଦ୍ର ସାମଲ, ଲାଲ ମୋହନ ନାଏକ, ଦୀନବନ୍ଧୁ ମହାନ୍ତ, , ସୁରେନ୍ଦ୍ର କୁମାର ଲେଙ୍କା, ଅମୀୟ ରଞ୍ଜନ ଲେଙ୍କା, ଛତିଶ ତାଲା ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ