ମୁଇଁ ନାରୀ କହୁଛେ

ଜନମ୍ ହେଲା ଦିନୁଁ ସହୁଛେ ଅତ୍ୟାଚାର୍
ହେଇଛେଁ ବଲି ନାରୀ
ଛାତିକେ ପଥର୍ ମୁଁଇଁ କରି ଦେଇଛେଁ
ରହିଛେଁ ଦମ୍ ଧରି ।

ପୁଅ ଜନମ୍ ହେଲେ କେତେ ଗହଗହ
ଝି ହେଲେ ମନ୍ ଦୁଃଖ୍
କାଏଁ ଯେ’ କର କହ ଏତେ ଅହଂକାର୍
କାଏଁଟା ମିଲସି ଜେ ସୁଖ୍ ।

କାଲି ଗୁରି ଥି କର ବହନା ବିଛିନା
ସୁନି ସୁନି ମୁଇଁ ଅଥା
ବାଟ୍ ଚାଲବାର୍ ଲାଗି ଡର୍ ଲାଗୁଥିସି
କିଏ କହେବା ବଲି କାଏଁ କଥା ।

କଲି ଯୁଗ ଟା ସତେ ବଢ଼ି ବସୁଛେ
ବଢୁଛେ ଅତ୍ୟାଚାର୍
ସରଲ୍ ଦୁରବଲ୍ ନିରିହ ଭାବି ଆମକୁ
କରୁଛନ୍ ବଳତ୍କାର୍ ।

ଦୁଆପରେ ଯୁଗେ କୃଷ୍ଣ ଥିଲେ ବଲି
ଦ୍ରୋପଦି ର୍ ରଖଲେ ଇଜତ୍
କେତେ ଥର୍ ଆଉ ପ୍ରଭୁ ଆସୁଥିବେ
କେଭେ ବୁଝବା ଇ’ ଜଗତ।

ଉଠ ଉଠ ମୋର୍ ମାଁ ବହେନି
ଧର ହାତେ ଠେଙ୍ଗା ବାଡ଼ି
ଖରାପ ନଜର୍ ରେ ଯିଏ ଦେଖଲା୍
ତାର୍ ଆଏଁଖ୍ ଦିଅ ଟାଡି଼ ।

ଦୁର୍ଗା କାଳି ପରେ ନାରୀ ଅବତାରେ
ଦେଖାଲେ ତାକର୍ ରୂପ୍
ଖଣ୍ଡା ଧରି କରି ବାହାରିଲେ ବଏଲେ
ଅସୁର୍ ମନେ ହେଲେ ଚୁପ୍ ।

ନାଇଁ ହାର ଜୀବନ୍ ଟୁକେଲ ମାନେ
ଶାସ୍ତି ପାଉ ସେ ଦୁସି
ଟୁକେଲ ଜନମ୍ ହେଲୁ ବଲି କାଣା
ନାଇଁ ପାରୁ କାଏଁ ହଁସି ।

ମାଁ ଘରେ ନାରୀ ଶାସ ଘରେ ନାରୀ
ଦୁହି ଠାନେ କରେ ହିତ୍
ପେଟ୍ ମାରି କରି ତାର୍ କୁଟୁମ ପୁସେ
ନାଇଁ ମାନେ ଖରା ଶୀତ୍ ।

ନାରୀ ରୂପି ଆମେ ନାରାୟଣୀ ସତେ
ଆମର ଲାଗି ସଂସାର୍
ଆଲ ମାଲ ଯଦି ନାରୀ ଉଭୁରି ଗଲେ
କେତେଯେ ହେବା ଅସାର୍ ।

ନାରୀର୍ ମହିମା ଜଗତ୍ ଜାନିଛେ
ନାଇଁ ଭାବ୍ ତୁଇ ସାନ୍
ନାରୀ କେ ଯିଏ ସନମାନ୍ ଦେସି
ସରଗେ ମିଲସି ତାକେ ଠାନ୍ ।

ନାରୀର ମହିମା ଜଗତ୍ ଜାଣିଛେ
କର ତାକେ ସାଙ୍ଗ ସରସା
ନାରୀ ଯେନ ଘରେ ସନମାନ ପାଏସି
ଲକ୍ଷ୍ମୀର ସେନ ହେସି ବସା
ତୃଷାରାଣୀ ସାହୁ
ବରାହମୁଣ୍ଡା
ଅତାବିରା,ବରଗଡ଼

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ