ଜିଲ୍ଲା କୋର୍ଟରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ):  ଜିଲ୍ଲା ଜଜ୍ କୋର୍ଟ ପରିସରରେ ଦୁର୍ନୀତି ନିବାରଣ ସପ୍ତାହ-୨୦୨୫ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରା ଜିଲ୍ଲା କୋର୍ଟର ସମସ୍ତ ବିଚାର ବିଭାଗୀୟ ଅଧିକାରୀ,ବିଚାରପତି,କୋର୍ଟ କର୍ମଚାରୀ ମାନଙ୍କୁ ଶପଥ ପାଠ କରାଇଥିଲେ ଏବଂ ପରେ ପରେ ସମସ୍ତଙ୍କୁ ଉଦ୍ବୋଧନ ଦେଇ ଆମ ଦେଶରୁ ଦୁର୍ନୀତି ହଟିଲେ ବିକଶିତ ଭାରତ ରାଷ୍ଟ୍ର ଗଠନ ସମ୍ଭବ ପର ବୋଲି ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ବିଚାରପତି (ଦୁର୍ନୀତି ନିବାରଣ) ଭଗବାନ ପ୍ରଧାନ,ପରିବାର ଅଦାଲତ ବିଚାରପତି ଇତିଶ୍ରୀ ମହାପାତ୍ର,ଅତିରିକ୍ତ ଜିଲ୍ଲା ଜଜ୍ ମମିତା ଦାଶ,ଅତିରିକ୍ତ ଜିଲ୍ଲା ଜଜ୍ (ପୋକ୍ସ) ମୋନାଲିସା ମହାନ୍ତି,ଅତିରିକ୍ତ ଜିଲ୍ଲା ଜଜ୍(ଆଡହକ) ବିଜୟ କୁମାର ମିଶ୍ର,ଦେୱାନୀ ବିଚାରପତି ଅମରେଶ ନାୟକ,ରେଜିଷ୍ଟ୍ରାର ସୁଚେତା କୃପାଳିନୀ,ମହିଳା କୋର୍ଟ ବିଚାରପତି ନେହା ଦାଶ,ଆଇନସେବା ପ୍ରାଧିକରଣ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ,ଉପଖଣ୍ଡୀୟ ବିଚାରପତି ସୁମିତ୍ରା କୁମାରୀ ଦାଶ,ପ୍ରଥମଶ୍ରେଣୀ କନିଷ୍ଠ ବିଚାରପତି ଅମ୍ବିକେଶ ପାଣିଗ୍ରାହୀ ଯୋଗଦେଇ ଶପଥ ପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ