ଧସିଲା ନଦୀବନ୍ଧ, ଗ୍ରାମବାସୀ ଆତଙ୍କିତ

 ଆରଡ଼ି , (ଆଲୋକ ଚନ୍ଦ୍ରନାୟକ) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନ ପାଳସାହି ପଞ୍ଚାୟତର ତୋଟାସାହି ନିକଟରେ ବୈତରଣୀ ନଦୀର ବନ୍ଧ ଶୁକ୍ରବାର ବିଳମ୍ବିତ ରାତିରେ ପ୍ରାୟ 100 ଫୁଟ ଧସି ଯାଇଛି । ଏହାକୁ ନେଇ ତୋଟାସାହି ସମେତ ଆଖପାଖ ଗାଁର ବାସିନ୍ଦା ଭୟଭୀତ ହୋଇ ପଡିଛନ୍ତି । ଗତ ବର୍ଷ ଏଠାରେ ପଥର ପ୍ୟାକିଂ କରା ଯାଇଥିଲା । ନଦୀବନ୍ଧ ସୁଦୃଢୀକରଣ ପାଇଁ ଏହି ବନ୍ଧ ଉପରେ ମାଟି ପକାଯିବା ସହିତ ମୋରମ ପକାଯାଇଛି । ଆସନ୍ତା ବର୍ଷ ଏହି ବନ୍ଧରେ ପିଚୁ ପକାଯିବା ପାଇଁ ଯୋଜନା ମଧ୍ୟ ହୋଇଛି । ହେଲେ ବନ୍ଧର ସମସ୍ତ କାର୍ଯ୍ୟ ନିମ୍ନ ମାନର ହୋଇଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ଗ୍ରାମବାସୀ କହିଛନ୍ତି । ଯେତେବେଳେ ଏହି ବନ୍ଧର ନିର୍ମାଣ କାର୍ଯ୍ୟ ଚାଲିଥିଲା ସେତେନେଳେ କାର୍ଯ୍ୟ ନିମ୍ନମାନର ବୋଲି ଦର୍ଶାଇ ବିରୋଧ କରିଥିଲେ । ହେଲେ ଠିକାଦାର ଏହାକୁ ଏଡାଇ ଦେଇ କାର୍ଯ୍ୟ ସମାପ୍ତ କରିଥିଲେ । ତେବେ ନଦୀବନ୍ଧ ଧସିବା ଖବର ପାଇ ଶନିବାର ସକାଳେ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡେଇ, ଜେଇ ବିମଲ ବେହେରା ପ୍ରମୁଖ ବନ୍ଧ ଧସିବା ସ୍ଥାନରେ ପହଞ୍ଚି ଥିଲେ ଓ ଏହାକୁ ମରାମତି କରିବା ପାଇଁ ତତ୍ପରତା ପ୍ରକାଶ କରିଥିଲେ । ଧସିବା ସ୍ଥାନ ତୁଠ ହୋଇଥିବାରୁ କାଳେ ଲୋକମାନେ ସେଠାକୁ ଯିବେ, ତାହାକୁ ଲକ୍ଷ୍ୟ କରି ସେହି ସ୍ଥାନରେ ବିଭାଗ ପକ୍ଷରୁ ତାରବାଡ ଦିଆଯାଇଥିଲା । ସପ୍ତାହେ ମଧ୍ୟରେ ଏଠାରେ ମାଟି ପକାଯାଇ ସ୍ଥାୟୀ ମରାମତି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜେଇ ଶ୍ରୀ ବେହେରା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ