ସରମଙ୍ଗା ଗ୍ରାମରେ ଜବର ଦଖଲ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସଡ଼ଙ୍ଗ ପଞ୍ଚାୟତ ସରମଙ୍ଗା ଗ୍ରାମରୁ ଜବର ଦଖଲ ହଟାଇବା ପାଇଁ ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି। ଗ୍ରାମରେ ୨ ଶହ ଏକରରୁ ଉର୍ଦ୍ଧ ସରକାରୀ ଜମି ଥିଲେ ବି ତାହା ଜବର ଦଖଲ ହୋଇଯାଇଛି।   ସରମଙ୍ଗା ଗ୍ରାମର ଅନେକ ଗୋଚର, ଗୋଦାଣ୍ଡି, ସ୍ଟଶାନ, ଉନ୍ନତ ଯୋଜନା ନିମିତ୍ତ ଥିବା ମୂଲ୍ୟବାନ ସରକାରୀ ଜମିକୁ ସେହି ଗ୍ରାମର ଓ ବାହାର ଗାଁର କିଛି ବ୍ୟକ୍ତି ଜବର ଦଖଲ କରିନେଇଛନ୍ତି । ଯାହାଦ୍ୱାରା ଗ୍ରାମର ଗୋରୁଗାଈ ଚରିବାକୁ ଜାଗା ପାଉନଥିବା ବେଳେ ଶବ ପୋଡିବାକୁ ମଧ୍ଯ ସ୍ଥାନ ମିଳୁନି I ଉନ୍ନତ ଯୋଜନା ନିମିତ୍ତ ଥୁବା ମୂଲ୍ୟବାନ ଜମିକୁ କିଛି ବ୍ୟକ୍ତି ନିଜ ଦଖଲରେ ରଖୁଥ‌ିବାରୁ ଗାଁର ଉନ୍ନତି ପାଇଁ ଆସୁଥ‌ିବା ଅନୁଦାନ ପାଇବାରୁ ଗ୍ରାମବାସୀ ବତ ହେଉଛନ୍ତି। ଏଣୁ ସମସ୍ତ ଗ୍ରାମ ବାସୀ ଏକଜୁଟ  ହୋଇ ଗ୍ରାମସଭା କରି ଗ୍ରାମରେ ଥିବା ସମସ୍ତ ସରକାରୀ ଜମିରୁ ଜବରଦଖଲ ହଟାଇବା ନିମନ୍ତେ ଦାବି କରିବା ପରେ ଆଜିଠାରୁ ଜମି ଚିହ୍ନଟ କାର୍ଯ୍ୟ ଆରମ୍ଭ କରାଯାଇଛି। ରାଜସ୍ବ ସୁପର ଭାଇଜର, ରାଜସ୍ବ ନିରୀକ୍ଷକ, ତହସିଲ ଅମିନ ପ୍ରମୁଖ ପୋଲିସ ଉପସ୍ଥିତିରେ ମାପଚୁପ ଆରମ୍ଭ କକରାଯାଇଛି। ତୁରନ୍ତ ଜବର ଦଖଲ ଉଛେଦ ପ୍ରକ୍ରିୟା ଆରମ୍ଭ କରିବାକୁ ତ୍ରିଲୋଚନ ଘଡ଼େଇ, ରମାକାନ୍ତ ସେନାପତି, ବିନୋଦ ସେନାପତି, ପ୍ରଶାନ୍ତ ସ୍ଵାଇଁ,  ସଦାଶିବ ସ୍ୱାଇଁ, ଲଲାଟେନ୍ଦୁ ଘଡ଼େଇ, ଭୀମସେନ ସ୍ଵାଇଁ, କୃପାସିନ୍ଧୁ ପରିଡା, ଶ୍ରୀକ।ନ୍ତ ସେନାପତି, ବୃନ୍ଦାବନ ବିଶ୍ଵାଳ, ଉମାକାନ୍ତ ନାୟକ, ସଞ୍ଜୟ ସାହୁ, ଅଶୋକ ଦାସ, ପରେଶ ପଣ୍ଡାଙ୍କ ସମେତ ଶତୀଧୂକ ଗ୍ରାମବାସୀ  ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ