ମଣ୍ଡଳସ୍ତରୀୟ କ୍ରିଡା ପ୍ରତିଯୋଗିତା ଉଦ୍‌ଯାପିତ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ମଣ୍ଡଳସ୍ତରୀୟ ଲ୍ରିଡା ପ୍ରତିଯୋଗିତା ଶନିବାର ଉଦ୍‌ଯାପିତ ହୋଇଯାଇଛି। ନାଉଗାଁ ମଣ୍ଡଳ କ୍ରିଡା ସଂଗଠନର ସଂପାଦକ ବିନତ ଖୁଂଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରିଡାକୁ ଉଦ୍‌ଯାପିତ କରିଥିଲେ। ଏହି ପ୍ରତିଯୋଗିତାରୁ ଦୌଡକୁଦରେ ୨୫ଜଣ, ଫୁଟବଲ୍ ରେ ୧୨ଜଣ ଏବଂ ଯୋଗରେ ୮ଜଣ ପ୍ରତିଯୋଗୀ ଜିଲ୍ଲାସ୍ତରରେ ଅଂଶ ଗ୍ରହଣ ପାଇଁ ମନୋନୀତ ହୋଇଥିବା ସୂଚନା ପ୍ରଦାନ କରାଯାଇଛି। ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଆସନ୍ତା ନଭେମ୍ବର ୬ ଓ ୭ ତାରିଖରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ଏହି କ୍ରିଡାକୁ ଶାରିରୀକ ଶିକ୍ଷକ ପ୍ରତାପ ମିଶ୍ର, ଅଜୟ ଭୋଇ, ଜ୍ଞାନରଂଜନ ବିଶ୍ୱାଳ, ଅଭିଜିତ ପରିଡା, ଆଦର୍ଶ ଦାସ, ପ୍ରସନ୍ନ ରାଉଳ, ଶିକ୍ଷୟିତ୍ରୀ ରଶ୍ମୀରେଖା ପାତ୍ରଙ୍କ ସମେତ ସମସ୍ତ ଶାରୀରିକ ଶିକ୍ଷକ,ଶିକ୍ଷୟିତ୍ରୀମାନେ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ