ମାଣିତରା ଏଏଏମକୁ ଏନ.କିୟୁ.ଏ.ଏସ. ସାର୍ଟିଫିକେଟ

ବୁଗୁଡା, (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର( ପୂର୍ବତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର)କୁ ସମ୍ମାନଜନକ ଏନ.କିୟୁ.ଏ.ଏସ. ସାର୍ଟିଫିକେଟ ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି ପ୍ରଦାନ କରିଛନ୍ତି। ଏନ.କିୟୁ.ଏ.ଏସ. ହେଉଛି ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକ ଏକ ଚିକିତ୍ସା ପ୍ରସଙ୍ଗ। ଏହା ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ସାର୍ବଜନୀନ ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକରେ ପ୍ରଦାନ କରାଯାଉଥିବା ସେବାର ଗୁଣବତ୍ତା ସୁନିଶ୍ଚିତ କରିବା ଏବଂ ଉନ୍ନତ କରିବା ପାଇଁ ବିକଶିତ ଏକ ବ୍ୟାପକ ଢାଞ୍ଚା। ଅକ୍ଟୋବର ୩୧ ତାରିଖ ଦିନ ଛତ୍ରପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟକାରୀ କମିଟି ସଦସ୍ୟଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଗଞ୍ଜାମ ଜିଲ୍ଲା ସିଡିଏମଓ ଡାକ୍ତର ସୁଶାନ୍ତ କୁମାର ନାୟକ ଓ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଯୋଗଦେଇଥିବା ବେଳେ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି ମହୋଦୟ ମାଣିତରା ଏଏଏମ ର ମେଡ଼ିକାଲ ଅଫିସର ଡାକ୍ତର ପ୍ରାଣୟନି ସାହୁଙ୍କୁ ସମ୍ମାନଜନକ ଏନକିୟୁଏଏସ ସାର୍ଟିଫିକେଟ ପ୍ରଦାନ କରିଥିଲେ। ଏହି ସାର୍ଟିଫିକେଟ ପ୍ରଦାନ ସମୟରେ ବୁଗୁଡା ମେଡ଼ିକାଲ ସୁପରିଟେଣ୍ଡଟ ଡାକ୍ତର ସ୍ୱାତୀ ପ୍ରଧାନ, ମାଣିତରା ଲାବରେଟୋରି ଟେକିନିସିଆନ କାଳୀ ପ୍ରସାଦ ସାହୁ, ବିଡିଏମ ସଂଗ୍ରାମ ପ୍ରଧାନ ଓ ପିଏଚଇଓ ରଜନୀ ପୃଷ୍ଟି ଉପସ୍ଥିତ ଥିଲେ। ବାସ୍ତବିକ ମାଣିତରା ମେଡ଼ିକାଲକୁ ପ୍ରବେଶ କଲେ ସୁନ୍ଦର ଉପବନ ଓ ପରିବେଶକୁ ଦେଖି ରୋଗୀମାନଙ୍କ ଅର୍ଦ୍ଧେକ ରୋଗ ଭଲ ହୋଇଯାଇଥାଏ। ପୂର୍ବତନ ମେଡ଼ିକାଲ ଅଫିସର ଡାକ୍ତର ଦୟାନିଧି ରାଉତ,  ଆୟୁଷ ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ, ସଂଯୋଜକ ଚିତ୍ତରଞ୍ଜନ ପ୍ରଧାନ,  ଫାର୍ମାସିଷ୍ଟ ସରୋଜ ପଟ୍ଟନାୟକ, ଟେକିନ୍ନସିଆନ କାଳୀ ପ୍ରସାଦ ସାହୁ, ନର୍ସିଂ ଅଫିସର ଗଙ୍ଗା ସାହାଣୀ, ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣ ପ୍ରିୟା ପଣ୍ଡା ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଆନ୍ତରିକ ସେବା ପ୍ରଦାନ ପାଇଁ ମାଣିତରା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ଏହି  ଗୌରବମୟ ସାର୍ଟିଫିକେଟ ପାଇବା ପାଇଁ ଯୋଗ୍ୟ ହୋଇପାରିଛି। ଗଞ୍ଜାମ ଜିଲ୍ଲାପାଳ ମହୋଦୟ ମାଣିତରା ମେଡ଼ିକାଲକୁ ପରିଦର୍ଶନରେ ଆସି ମେଡ଼ିକାଲର ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ବୃନ୍ଦ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ