ମହାମନ୍ତ୍ର ଧ୍ୱନିରେ ମୁଖରିତ ସାରା ଅସ୍ତରଙ୍ଗ
କାକଟପୁର /ଅସ୍ତରଙ୍ଗ, (ଶୁଭାଶିଷ ଖଣ୍ଡୁଆଳ): ଚାଲିଛି ପଞ୍ଚୁକ। ସକାଳୁ ସକାଳୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳର ପ୍ରତ୍ୟେକ ଗ୍ରାମରେ ଭକ୍ତି ମୟ ପରିବେଶ ସାଙ୍ଗକୁ ଦେବାଳୟ ଜମୁଛି ଭକ୍ତଙ୍କ ସମାଗମ। ବିଶେଷ କରି ବିଭିନ୍ନ ଗ୍ରାମରେ ସନ୍ଧ୍ୟାରେ ଜମୁଛି ନାମ ସଂକୀର୍ତ୍ତନ। ଏହା ସାଙ୍ଗକୁ ୨୪ପ୍ରହର ନାମ ସଂକୀର୍ତନ ଆରମ୍ଭ ହୋଇଥିବା ବେଳେ ସାରା ଅଂଚଳରେ ଆଧାତ୍ମିକତା ପରିବେଶ ଗୁଞ୍ଜରିତ ହୋଇ ଉଠୁଛି। ପୂଣ୍ୟର ମାସ କାର୍ତ୍ତିକର ଶେଷ ପାଞ୍ଚ ଦିନ ମହିଳା ପଞ୍ଚୁକ ବ୍ରତ ପାଳନ କରିଥାନ୍ତି। ସକାଳୁ ପୋଖରୀରେ ସ୍ନାନ କରିବା ସହ ବାଲୁକା ପୂଜା କରିଥାନ୍ତି। ଚଉରା ମୂଳରେ ରାଧା ଗୋବିନ୍ଦଙ୍କ ପୂଜା କରି ନାମ ସଂକୀର୍ତନ କରୁଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳର ଗୁଡ଼ୁବଣି ନୀଳକଣ୍ଠେଶ୍ୱର ମନ୍ଦିର ରେ ସନ୍ଦ୍ୟାରେ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ଙ୍କ ଦ୍ୱାରା ନାମ ସଂକୀର୍ତ୍ତନ ରେ ସୃଷ୍ଟି ହେଉଛି ଭକ୍ତି ମୟ ପରିବେଶ। ସକାଳୁ ମନ୍ଦିରରେ ମଙ୍ଗଳ ଆଳତୀ, ଠାକୁର ଙ୍କ ବେଶ ସଜ୍ଜା, ପହିଲି ଭୋଗ ହୋଇ ସାଧାରଣ ଦର୍ଶନ ଆରମ୍ଭ ହେଉଅଛି। ଏହା ସହ ଅସ୍ତରଙ୍ଗ ବ୍ଲକ ଅଂଚଳର ବିଭିନ୍ନ ସ୍ଥାନରେ ଅଷ୍ଟ ପ୍ରହରୀ ନାମ ଯଂଜ୍ଞ ସାରା ଅସ୍ତରଙ୍ଗ ଅଞ୍ଚଳକୁ ଭକ୍ତି ମୟ ପରିବେଶ ସୃଷ୍ଟି କରୁଛି।


