ମହାନଦୀରେ ବୁଡ଼ିଲା ଯାତ୍ରୀବାହୀ ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ୩୦ଯାତ୍ରୀ
କଟକ, (ଓ୍ବାଇଏନଏସ): କନ୍ଦରପୁର ନିକଟ ମହାନଦୀରେ ଘଟିଛି ଅଭାବନୀୟ ଘଟଣା । ମହାନଦୀରେ ବୁଡ଼ିଗଲା ଡଙ୍ଗା । ମାତ୍ର ଅଳ୍ପକେ ବର୍ତ୍ତିଗଲେ ୮ଶିଶୁଙ୍କ ସମେତ ୩୦ଯାତ୍ରୀ ।ସୂଚନା ଅନୁସାରେ, ଆଜି ଏକ ଯାତ୍ରୀବାହି ଡଙ୍ଗା ଅମଙ୍ଗେଇକୁଦକୁ ଯାଉଥିଲା । ହଠାତ୍ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା । ସେଥିରେ ୩୦ଜଣ ଯାତ୍ରୀ ଥିଲାବେଳେ ସୂଚନା ଅନୁସାରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ।


