ବେଆଇନ ଫାଇନ ଆଦାୟକୁ ନେଇ ସୋସୋ କଲେଜ ସମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା

ହାଟଡିହି(ଓ୍ବାଇଏନଏସ): ଫର୍ମ ପୂରଣ ବେଳେ ବେଆଇନ ଭାବେ ଫାଇନ ଆଦାୟକୁ ନେଇ ସୋସୋ ଯୁକ୍ତ ୩ ଡିଗ୍ରୀ କଲେଜରେ ଛାତ୍ର ଅଶାନ୍ତି ଦେଖା ଦେଇଛି। ଯାହାକୁ ନେଇ ଛାତ୍ରଛାତ୍ରୀ ମାନେ କଲେଜ ଫାଟକ ସମୁଖରେ ଧାରଣା ରେ ବସିଛନ୍ତି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାଇ ଯୁକ୍ତ ୩ ସେମିଷ୍ଟାର ପରିକ୍ଷା ପାଇଁ ଫର୍ମ ଫିଲପ ବେଳେ କିଛି ଛାତ୍ରଛାତ୍ରୀଙ୍କ ଠାରୁ ବେଆଇନ ଭାବେ କଲେଜ କର୍ତ୍ତୃପକ୍ଷ ହଜାରେ ଟଙ୍କା ଲେଖାଏଁ ଫାଇନ ଆଦାୟ କରୁଛନ୍ତି। ଶତକଡା ଫର୍ମ ପୂରଣ ପାଇଁ ୧୫୦୦ ଟଙ୍କା ନୋଟିସମରା ଯାଇଥିବା ବେଳେ ୨୫୦୦ ଟଙ୍କା ଆଦାୟ କରାଯାଉଛି ।  ୭୫ ପରସେଣ୍ଟ ଉପସ୍ଥାନ ନଥିବା ହେତୁ ଏହି ଜୋରିମାନା ଆଦାୟ କରାଯାଉ ଥିବା କଲେଜ କର୍ତ୍ତୃପକ୍ଷ କହୁଥିବା ବେଳେ କୌଣସି ରସିଦ ଦେଉ ନଥିବାରୁ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇବା ସହ ଉଜ୍ଜଳ ବେହେରା, ଭାଗ୍ୟ ଲଷ୍ମୀ ଜେନା, ତନ୍ମୟୀ ନାୟକ, ଶୁଭସ୍ମିତା ନାୟକ, ଅଙ୍କିତା ପ୍ରିୟ ଦର୍ଶନୀ ସାହୁ, ଜ୍ୟୋସ୍ନାରାଣୀ ପାଣିଗ୍ରାହୀ, ବର୍ଷା ରାଣୀ ପାଣିଗ୍ରାହୀ, ଆଲୋକ ମଣ୍ଡଳ, କୌଶଲ୍ୟା ପାତ୍ର, ସବିତା ଦେହୁରୀଙ୍କ ସମେତ ୪୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ଫାଇନ ଛାଡ କରାଯାଉ ନଚେତ ଫାଇନ ଆଦାୟର ରସିଦ ଦିଅନ୍ତୁ ବୋଲି ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି। କଲେଜ ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ୟୁନିଭରସିଟିର ନିର୍ଦେଶ ଅନୁଯାୟୀ ଆମେ ଏପରି ନିଷ୍ପତି ନେଇଛୁ, ଆଜି ଧାରଣାରେ ବସିଥିବା ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଜିରୋ ଥିବାରୁ କଲେଜ ଫାଇନ ଆଦାୟ କରୁଛି ବୋଲି କହିଛନ୍ତି। ଛାତ୍ରଛାତ୍ରୀ ମାନେ ଅଧ୍ୟକ୍ଷାଙ୍କ ଏପରି ମନ୍ତବ୍ୟକୁ ଖଣ୍ଡନ କରିବା ସହ ଆମେ ନିୟମିତ କଲେଜ ଆସୁଛୁ, କିନ୍ତୁ ଅଧ୍ୟାପକ ମାନେ କ୍ଲାସ କରନ୍ତିନି ଯଦି ବା କିଏ କ୍ଳାସ କରନ୍ତି ସେ ଉପସ୍ଥାନ ନିଅନ୍ତିନି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ