ଗାଁ ଗହଳି ରୁ ଲୋପ ପାଉଛି ଶଗଡ଼ ଗାଡ଼ି
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଚାଷ କରିବା ପାଇଁ ଯନ୍ତ୍ର ଚାଳିତ କୃଷି ଯନ୍ତ୍ରପାତି ଆସିବା ପରେ ଚାଷୀ ମାନଙ୍କ ଚାଷ କରିବା ସହଜ ହେଲା ସତ କିନ୍ତୁ ପୂର୍ବରୁ ଚାଷୀ ମାନଙ୍କ ପାଖରେ ରହୁଥିବା ଗୋରୁଗାଈ ସଂଖ୍ୟା କମିବା ଫଳରେ ଚାଷୀଙ୍କ ଚାଷ ମଠାଏ ଗୋବର ପଡି ପାରୁ ନାହିଁ ଯାହା ଫଳରେ ଚାଷ ଜମି ର ଉର୍ବରତା ଦିନକୁ ଦିନ କମି କମି ଯାଉଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଚାଷୀ ମାନଙ୍କ ପାଖରେ ବଳଦ ରହୁଥିଲେ । ଧାନ ବୁଣିବା ଅବ୍ୟବହିତ ପୂର୍ବରୁ ଚାଷୀ ମାନେ ବଳଦ ସାହାର୍ଯ୍ୟ ରେ ହଳ କରିବା ଠାରୁ ଆରମ୍ଭ କରି ଶଗଡ ଗାଡି ସାହାର୍ଯ୍ୟ ରେ ଚାଷ ଜମି କୁ ଗୋବର ବୋହିବା କାର୍ଯ୍ୟ କରିବା ସହିତ ଖାଲ ଢିପ ଜମିକୁ ସମତୁଲ କରୁଥିଲେ। ସେହିପରି ଧାନ ଅମଳ ସମୟରେ ଶଗଡ ଗାଡି ସାହାର୍ଯ୍ୟ ରେ କାଟା ଧାନ କୁ ଶଗଡ ଗାଡି ସାହାର୍ଯ୍ୟ ରେ ଘରକୁ ଧାନ ବିଡାକୁ ବୋହି ଆଣୁଥିଲେ। କିନ୍ତୁ ବର୍ତ୍ତମାନ ଚାରଣ ଭୂମିରେ ବଡ଼ ବଡ଼ ଅଟାଳିକା ନିର୍ମାଣ ହେବା ଫଳରେ ଚାରଣ ଭୂମିର ଘୋର ଅଭାବ ଯୋଗୁଁ ଚାଷୀ ମାନେ ତାଙ୍କ ଗାଈ ବଳଦ ମାନଙ୍କୁ ବିକ୍ରୀ କରିବା ପାଇଁ ବାଧ୍ୟ ହେଉଛନ୍ତି। ପୂର୍ବେ ଚାଷୀ ମାନଙ୍କ ପାଖରେ ବଳଦ ଗାଡି ରହିଥିଲା ଯାହା ଫଳରେ ଚାଷୀ ମାନେ ସେମାନଙ୍କ ଗୋବର ବୋହିବା ଠାରୁ ଆରମ୍ଭ କରି ଧାନ ବିଡା ବୋହିବା ସହିତ ବାଡି ବଗିଚା ରୁ ଉତ୍ପାଦନ ହେଉଥିବାରୁ ପନି ପରିବାକୁ ବଳଦ ଗାଡି ସାହାର୍ଯ୍ୟ ରେ ଘର ଠାରୁ ଅନତି ଦୁରରେ ହେଉଥିବା ସାପ୍ତାହିକ ହାଟକୁ ପରିବା ବିକ୍ରି କରିବା ପାଇଁ ନେଉଥିଲେ। କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଏକ କୃଷି ବହୁଳ ବ୍ଲକ ହୋଇଥିଲେ ମଧ୍ୟ ଆଜି ଚାଷୀ ମାନଙ୍କ ପାଖରେ ବଳଦ ଗାଡି ନାହିଁ ଚାଷ ଉପକରଣ ନେବା ଆଣିବା ପାଇଁ। ବ୍ଲକରେ କା ଭାଁ ବର୍ତ୍ତମାନ ଶଗଡ଼ ଗାଡ଼ି ରହିଛି। ଆଉ କିଛି ବର୍ଷ ପରେ ଚାଷୀ ମାନଙ୍କ ପାଖରେ ଶଗଡ଼ ଗାଡ଼ି ଶୂନ୍ୟ ହୋଇଯିବ।


