ବାହାରିପୁର ହାଇସ୍କୁଲ ରେ ବିଜ୍ଞାନ ମେଳା

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଅନ୍ତର୍ଗତ ବୈଷ୍ଣବ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାରିପୁର ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ମିଶ୍ର ଆନୁଷ୍ଠାନିକ ଭାବେ ଏହି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ୨୫ଟି ବିଜ୍ଞାନ ଭିତ୍ତକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ | ବିଜ୍ଞାନ ଶିକ୍ଷକ ମନୋରଞ୍ଜନ ସାହୁ ଓ ମହାବୀର ନାୟକ ପ୍ରକଳ୍ପ ଗୁଡିକୁ ମୂଲ୍ୟାୟନ କରିଥିଲେ | ନବମ ଶ୍ରେଣୀ ଛାତ୍ର ଅଂଶୁମାନ ରାଉତଙ୍କ ‘ଅତିବାଇଗଣୀ କୋଭିଡ ଯୋଦ୍ଧା ରବଟ’ ପ୍ରକଳ୍ପ ପ୍ରଥମ ସ୍ଥାନ ପ୍ରଥମ ସ୍ଥାନ ହାସଲ କରିବା ସହ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା କୁ ମନୋନୀତ ହୋଇଥିଲା। ଦଶମ ଶ୍ରେଣୀ ର ସଞ୍ଜୟ ସାହୁ ଓ ସୁବ୍ରତ ସାହୁଙ୍କ ପ୍ରକଳ୍ପ ‘ମୁକ୍ତଶକ୍ତି’ ଦ୍ୱିତୀୟ ସ୍ଥାନ ଏବଂ ନବମ ଶ୍ରେଣୀ ଛାତ୍ର ସନ୍ତୋଷ କୁମାର ସାହୁ ଙ୍କ ପ୍ରକଳ୍ପ ‘ବର୍ଷା ଜଳ ଅମଳ’ ତୃତୀୟ ସ୍ଥାନ ହାସଲ କରିବା ସହ ପୁରସ୍କୃତ ହୋଇଥିଲା | ସମସ୍ତ ପ୍ରତିଯୋଗୀ ମାନଙ୍କୁ ବିଦ୍ୟାଳୟର ଗଣିତ ଓ ବିଜ୍ଞାନ କ୍ଲବ ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା | କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ବାଦଲ କୁମାର ଜେନା, ଦିବ୍ୟସିଂ ସୋରେନ, ସୁଧାସିନ୍ଧୁ ପାଣି, ପ୍ରଦୀପ କୁମାର ସାହୁ,  ଶିକ୍ଷୟିତ୍ରୀ ସୋନାଲି ସାହୁ ଓ କର୍ମଚାରୀ ତାପସ ସାହୁ ପ୍ରମୁଖ ପରିଚାଳନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ