ଛେନାପଦି ଛକରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟିତ

ହାଟଡିହି  (ଓ୍ବାଇଏନଏସ) ହାଟଡିହି ବ୍ଲକ ଛେନାପଦି ଛକ ଠାରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି। ଏହି ଉଦଘାଟନ ଉତ୍ସବ ରେ ଆନନ୍ଦପୁର ଉପ ଜିଲ୍ଲାପାଳ ନୀଳ ମାଧବ ସୁନା, ବିଜେପି ନେତା ଆଲୋକ ସେଠି, ରାମଚନ୍ଦ୍ର ସାହୁ, ଆନନ୍ଦପୁର ବ୍ଲକ ସାଂସଦ ପ୍ରତିନିଧି ଟୁକୁନା ମହାନ୍ତ, ଉପାସନା ଟ୍ରଷ୍ଟର ରାଜ୍ୟ ମୁଖ୍ୟ ପ୍ରିୟଙ୍କା ଦଳେଇ, ଗଣେଶ୍ୱର ନାୟକ ପ୍ରମୁଖ ଯୋଗଦେଇ ଛାତ୍ରୀ ମାନଙ୍କ ଦକ୍ଷତାର ବିକାଶ ପାଇଁ ସରକାରଙ୍କ ଏପରି ପଦକ୍ଷେପକୁ ପ୍ରଶଂସା କରିବା ସହିତ ଛାତ୍ରୀ ମାନେ ଏହାର ସୁଯୋଗ ନେଇ ସେମାନଙ୍କ  ଦକ୍ଷତାକୁ ପ୍ରତିପାଦିତ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ। କେନ୍ଦ୍ର ଅଧ୍ୟକ୍ଷ ତନ୍ମୟ ସାହୁ ମଞ୍ଚ ସଂଯୋଜନା କରିଥିବା ବେଳେ ଉମାକାନ୍ତ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ