କେନ୍ଦ୍ରାପଡା ପୋଲିସକୁ ଆକ୍ରମଣ ଘଟଣାରେ ୩ ଗିରଫ

ହାଟଡିହି(ଓ୍ବାଇଏନଏସ): ଏକ ଠକେଇ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ କୁ କେନ୍ଦ୍ରାପଡା ପୋଲିସ ଶାଳଣିଆଁ ପଞ୍ଚାୟତ ଏଲକଣିଆ ଗ୍ରାମର ଯୋଗେନ୍ଦ୍ର ବେହେରାଙ୍କୁ ଗିରଫ କରି କେନ୍ଦ୍ରାପଡା ନେଉଥିବା ବେଳେ  ପୋଲିସକୁ ମାଡ଼ ମାରି ଅଭିଯୁକ୍ତଙ୍କୁ ଛଡାଇ ନେବା ଘଟଣା ରେ ନନ୍ଦିପଦା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ କେନ୍ଦ୍ରାପଡା ସଦର ଥାନା ଇନ୍ସପେକ୍ଟର ବି.ବି.ସାହାଣୀଙ୍କ ଅଭିଯୋଗ ଆଧାରରେ ନନ୍ଦିପଦା ଥାନା କେସ ନଂ ୩୬୨/୨୫ରେ ଏକ ମାମଲା ରୁଜୁ କରାଯାଇ ଥିବାବେଳେ ଗତ କାଲି ରାତିରେ କେନ୍ଦୁଝର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଆଜି ସୁଧା ଯୋଗେନ୍ଦ୍ରଙ୍କ ଦୁଇ ଭାଇ ଓ ଜଣେ ସମର୍ଥକଙ୍କୁ ପୋଲିସ ଗିରଫ କରିଥିବା ଥାନା ଆଇ.ଆଇ.ସି ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି। ଏହି ଘଟଣାରେ ୨୦ ରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ କୁ ଆକ୍ରମଣ କରାଯାଇ ଥିବାରୁ ଏହା ପୋଲିସ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ପୋଲିସ ଏହାକୁ ଗୁରୁତର ସହିତ ନେଇ କିପରି ଅଭିଯୁକ୍ତ ମାନଙ୍କୁ ଧାରାଯିବ ସେନେଇ ଦିନ ରାତି ଏକ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ପୋଲିସ ର ଏପରି ଚଢ଼ାଉରେ ସନ୍ଧ୍ୟା ହେଲେ ଏଲକଣିଆ ଗାଁ ପୁରୁଷଶୁନ୍ୟ ହୋଇ ପଡୁଛି। ପୂର୍ବରୁ ଏଲକଣିଆ ଗାଁରେ ହୋଇଥିବା ଶିଶୁ ବଳି ସମୟରେ ପୋଲିସ ଉପରେ ଆକ୍ରମଣ ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ବର୍ତ୍ତମାନର ପୋଲିସ ଉପରେ ଆକ୍ରମଣ ଗ୍ରାମବାସୀଙ୍କୁ ଭୟଭୀତ କରୁଛି। ଏଠାରେ ସୂଚନା ଯୋଗ୍ୟ ଯେ ଏକ ଠକେଇ ମାମଲାରେ କେନ୍ଦ୍ରାପଡା ସଦର ଥାନା ପୋଲିସ ନନ୍ଦିପଦା ପୋଲିସ ସହାୟତାରେ ଗତ ଗୁରୁବାର ଦିନ ଶାଳଣିଆଁ ପଞ୍ଚାୟତ ଏଲକଣିଆ ଗ୍ରାମର ଯୋଗେନ୍ଦ୍ର ବେହେରାଙ୍କୁ ଗିରଫ କରିଥିଲା। ଅଭିଯୁକ୍ତକୁ ଧରି ରାତି ୮ଟା ବେଳେ  କେଦ୍ରାପଡ଼ା ଅଭିମୁଖେ ବାହାରିଥିଲା। କିନ୍ତୁ ଅନ୍ୟତମ ଅଭିଯୁକ୍ତ ବରଦା ପ୍ରସନ୍ନ ନାୟକକୁ ଆଣିବାକୁ ଗେଡ଼ମା ପଞ୍ଚାୟତ ଜଳସରାପୁର ଗାଁକୁ ଯିବାବେଳେ ଚଷାଖଣ୍ଡ ନିକଟରେ ୨୦ରୁ ଉର୍ଦ୍ଧ୍ଵ ଯୁବକ ସଂଘବଦ୍ଧ ଭାବେ କେନ୍ଦ୍ରାପଡା ପୋଲିସ ଟିମକୁ ଆକ୍ରମଣ କରି ଆସାମୀ ଯୋଗେନ୍ଦ୍ରଙ୍କୁ ଛଡାଇ ନେଇଥିଲେ। ଏଥିରେ କିଛି ପୋଲିସ ଆହତ ହୋଇଥିବା ଅଭିଯୋଗ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ