ମାଗଣା ଚକ୍ଷୁ ଚିକିତ୍ସା ଶିବିର
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାୟତର ବାଲିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପବିତ୍ର ଶିଶୁଦିବସ ଅବସରରେ ପିଲାମାନଙ୍କ ପାଇଁ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ମାନ ଆୟୋଜିତ ହୋଇଯାଇଛି। ଶିଶୁ ପୂଜନ ଓ ମିଷ୍ଟାନ୍ନ ଭୋଜନ ସହିତ ସମସ୍ତ ପିଲାଙ୍କୁ ସୁବାସିତ ଲେଖନୀ ବଣ୍ଟନ କରାଯାଇଥିଲା। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ପ୍ରମୋଦ କୁମାର ସାହୁ, ସମ୍ପାଦକ ରାଜଗୋପାଳ ମହାନ୍ତି, ପ୍ରଧାନ ଆଚାର୍ଯ୍ୟ ବିଭୁତିରଞ୍ଜନ ରାଉତ, ଅବସରପ୍ରାପ୍ତ ମନୋବିଜ୍ଞାନ ଅଧ୍ୟାପକ ମୁରଲୀଧର ରଥ, ମଦନମୋହନ ବେହେରା, ନଗେନ୍ଦ୍ର କୁମାର ରାଉତ, ବସନ୍ତ କୁମାର ଜେନା, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ସ୍ୱାଇଁ, ଶରତ ଚନ୍ଦ୍ର ଆଚାର୍ଯ୍ୟ, ପିତାମ୍ବର ସ୍ୱାଇଁଙ୍କ ସମେତ ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ଉପସ୍ଥିତ ଥିଲେ। ଶିଶୁ ଦିବସ ଉପଲକ୍ଷେ ଶିଶୁମାନଙ୍କ ପରିବାର, ସମ୍ପର୍କୀୟ ଓ ଜନସାଧାରଣଙ୍କ ନିମନ୍ତେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର କଟକ ବିଡାନାସୀସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ଆୟୋଜିତ ହୋଇଥିଲା। ଏହି ଶିବିରରେ ୬୦ରୁ ଉର୍ଦ୍ଧ୍ୱ ଚକ୍ଷୁ ରୋଗୀ ମାଗଣାରେ ଚିକିତ୍ସିତ ହେବା ସହିତ ପରାମର୍ଶ ଗ୍ରହଣ କରିଥିଲେ।


