ମନ୍ଦାରର ସୋନୁଙ୍କୁ ମୁଖ୍ୟମନ୍ତ୍ରୀ ଭାଷା ବୃତ୍ତି ପୁରସ୍କାର

ପୋଲସରା(ଅନୀଲ କୁମାର ମହାରଣା): ପୋଲସରା ବ୍ଲକ ଅନ୍ତର୍ଗତ ମନ୍ଦାର ଗ୍ରାମର ମା ଭରାଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ସୋନୁ ଭୂୟାଁ ଗତ ଦଶମ ବୋର୍ଡ ପରୀକ୍ଷାରେ ମାତୃଭାଷା ଓଡ଼ିଆରେ ବିଷୟରେ ୯୯ ପ୍ରତିଶତ ମାର୍କ ରଖି ଉତ୍ତିର୍ଣ୍ଣ ହୋଇ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ରେ ମୁଖ୍ୟମନ୍ତ୍ରୀ ଭାଷା ବୃତ୍ତି ପୁରସ୍କାର ପାଇଛନ୍ତି। ଭୁବନେଶ୍ବର ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ “ସୁରଭି ୨୦୨୫” ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସୋନୁ ଭୂୟାଁଙ୍କୁ ମୁଖ୍ୟମନ୍ତ୍ରୀ ଭାଷା ବୃତ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ସାଂସଦ, ବିଧାୟକ ଓ ଉଚ୍ଚ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ। ପୁରସ୍କାର ରାଶି ସ୍ବରୂପ ୭୫୦୦ ଟଙ୍କାର ଚେକ୍ ଛାତ୍ର ସୋନୁ ଭୂୟାଁକୁ ପ୍ରଦାନ କରାଯାଇଥିଲା। ସୋନୁଙ୍କ ଏହି କୃତିତ୍ବ ପାଇଁ ମନ୍ଦାର ସହିତ ଆଖପାଖ ଅଞ୍ଚଳ ଏବଂ  ମନ୍ଦାର ମା ଭରାଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଖୁସି ବ୍ଯକ୍ତ କରିବା ସହ ସୋନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ