ସଂଗ୍ରାମୀ ଉଦୟ ପାତ୍ରଙ୍କ ଶ୍ରାଦ୍ଧ ବାର୍ଷିକୀ ସମାରୋହ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ବିଶିଷ୍ଟ କମ୍ୟୁନିଷ୍ଟ ନେତା ତଥା ସାନଖେମୁଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ସାଥୀ ଉଦୟ ଚନ୍ଦ୍ର ପାତ୍ରଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ସମାରୋହ ଶନିବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାଗୃହ ଠାରେ ଉଦୟ ଚନ୍ଦ୍ର ପାତ୍ର ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି ଶ୍ରାଦ୍ଧ ବାର୍ଷିକୀ ସମାରୋହରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କ ସ୍ମୃତି ଚାରଣ କରିଥିଲେ । ଶମ୍ଭୁ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନଜୀବି ତଥା ସ୍ମୃତି କମିଟି ଆବାହକ ହରପ୍ରସାଦ ରଥ ସଂଯୋଜନା କରିଥିଲେ। ବ୍ରହ୍ମପୁରର ବରିଷ୍ଠ ଆଇନଜୀବି ତଥା ସମାଜ ବିଜ୍ଞାନୀ ଭଗବାନ ସାହୁ , ସିପିଆଇ ଗଞ୍ଜାମ ଜିଲା କମିଟି ସମ୍ପାଦକ ଶ୍ରୀହର୍ଷ ରଥ , ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ପାତ୍ର , ଖେମୁଣ୍ଡି ଓକିଲ ସଂଘ ସଭାପତି ହୃଦୟ ରଞ୍ଜନ ମେକାପ , ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା , ପୂର୍ବତନ ନଗରପାଳ ଭି . ରବିନାରାୟଣ ରାଜୁ , ସାନଖେମୁଣ୍ଡି ବ୍ଳକ ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ , ସ୍ତମ୍ଭକାର ବିଘ୍ନେଶ୍ୱର ସାହୁ , ପୂର୍ବତନ ଛାତ୍ରନେତା ପ୍ରଭାତ କୁମାର ମହାନ୍ତି , ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ରମେଶ ଚନ୍ଦ୍ର ପାତ୍ର , କବି ବୃନ୍ଦାବନ ପଣ୍ଡା , ପୂର୍ବତନ କାଉନସିଲର ନିରୂପମା ପଟ୍ଟନାୟକ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। କମ୍ୟୁନିଷ୍ଟ ନେତା ଉଦୟ ଗଞ୍ଜାମ ଜିଲା କୃଷକ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ଥିଲେ ବୋଲି ସ୍ମୃତି ସଭାରେ ମତପ୍ରକାଶ ପାଇଥିଲା । ଏପରିକି ପ୍ରଚଳିତ ସମାଜରେ ଜାତିଭେଦ ଓ ରାଜତନ୍ତ୍ରକୁ ସେ ବିରୋଧ କରିବା ସହ ଦୁର୍ନୀତି ବିରୋଧରେ ଋଣ ହୁଙ୍କାର କରି ତତ୍କାଳୀନ ସରକାରୀ ଅଧିକାରୀ ମାନଙ୍କ ମଧ୍ୟରେ ଛନକା ସୃଷ୍ଟି କରି ଆସୁଥିଲେ । ୧୯୮୦ ମସିହାରେ ଘୋଡାହାଡ ଜଳସେଚନ ପ୍ରକଳ୍ପ କେନାଲ ର ସାହାସପୁର ଯାଏଁ ସମ୍ପ୍ରସାରଣ ଦାବି ନେଇ ସେ ଅନ୍ୟ କିଛି କୃଷକଙ୍କୁ ନେଇ ଦିଗପହଣ୍ଡି ତହସିଲ ସମ୍ମୁଖରେ ୧୮ ଦିନ ପର୍ଯ୍ୟନ୍ତ ଆମରଣ ଅନଶନ କରି ଦାବୀ ପୂରଣ ଦିଗରେ ସଫଳ ହୋଇଥିଲେ । ସାନଖେମୁଣ୍ଡି ବ୍ଲକ ର ଗୋପାଳଗଣ୍ଡ , ରଘୁନାଥସାଗର , ଖଇରବାଙ୍କ ଏବଂ ଦିଗପହଣ୍ଡି ର ବେଲଘାଇ ପ୍ରମୁଖ ଜଳସେଚନ ପ୍ରକଳ୍ପ ତାଙ୍କ ଉଦ୍ୟମରେ କାର୍ଯ୍ୟକାରୀ ହୋଇପାରିଥିଲା । ତାଙ୍କର ଏହି ବୀରତ୍ଵ , ସାହାସିକତା ପାଇଁ ଆଜି ମଧ୍ୟ ସେ ସମସ୍ତଙ୍କ ନିକଟରେ ଚିର ସ୍ମରଣୀୟ ହୋଇ ରହି ପାରିଛନ୍ତି ବୋଲି ବକ୍ତା ବୃନ୍ଦ କହିଥିଲେ । ସ୍ମୃତି ସଭାରେ ସାଥୀ ଅନନ୍ତ ମହାଙ୍କୁଡ , କୃଷ୍ଣଚନ୍ଦ୍ର ପାତ୍ର , ସରକାରୀ ଓକିଲ ମନୋରଞ୍ଜନ ପଣ୍ଡା, ଆଇନଜୀବି ରସାନନ୍ଦ ରାଉତ, ଇ. ଅର୍ଜୁନ, ଅଶେଷ ନାଥ ମିଶ୍ର ,ପି.ଶିବଶଙ୍କର, କମ୍ୟୁନିଷ୍ଟ ନେତା କୈଳାସ ଚନ୍ଦ୍ର ପାତ୍ର , ଭଗବାନ ରାଉତ , ଅଶୋକ ଜେନା, ତ୍ରିନାଥ ପ୍ରଧାନ, ଦୈତାରୀ ରେଡ୍ଡୀ,ବିନାୟକ ଦାସ,ଅଶୋକ ବେହେରା,ପୁରୁଷୋତ୍ତମ ବେହେରା ଙ୍କ ସମେତ ବହୁ କମ୍ୟୁନିଷ୍ଟ ନେତା ଓ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଶେଷରେ ବରିଷ୍ଠ ଆଇନଜୀବି କୁରେଶୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।


