ବେଣାପଡାରେ ବିଂଶତମ ଭାଗବତ ପାରାୟଣ ଓ କଥାମୃତ କାର୍ଯ୍ୟକ୍ରମ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଲଣା ପଞ୍ଚାୟତ ଅନ୍ତର୍ଗତ ବେଣାପଡା ଗ୍ରାମର ମା’ ଥାନପତି ମନ୍ଦିର ପ୍ରାଙ୍ଗଣରେ ବିଂଶତମ ଶ୍ରୀମଦ ଭାଗବତ କଥାମୃତ ଓ ପାରାୟଣ ଅନୁଷ୍ଠିତ ହେଉଅଛି| ଧାରାବାହିକ ପ୍ରବକ୍ତା ଭାବେ ବାବା ସତ୍ୟାନନ୍ଦ ଦାସ ମହାରାଜ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମ ମାର୍ଗଶିର ମାସ ପ୍ରଥମାଷ୍ଟମୀରୁ ଆରମ୍ଭ ହୋଇଥିବା ବେଳେ ସାତ ଦିନ ବ୍ୟାପୀ ଅନୁଷ୍ଠିତ ହେବ। ଏଥିରେ ପ୍ରତ୍ୟେହ ପ୍ରାତଃରୁ ଶଙ୍ଖ ଧ୍ୱନି, ପ୍ରାର୍ଥନା, ନଗର ପରିକ୍ରମା, ମଙ୍ଗଳା ଆରତୀ, ସୂର୍ଯ୍ୟପୂଜା ସହିତ ଦିନରେ ଶ୍ରୀମଦ ଭାଗବତ ପାଠ କରାଯାଉଛି। ସଂଧ୍ୟାରେ ବାବା ସତ୍ୟାନନ୍ଦ ଦାସଙ୍କ ସହିତ ବରଣ୍ୟ ସାଧୁସନ୍ଥଙ୍କ ଦ୍ୱାରା ପ୍ରବଚନ କରାଯାଉଛି। ଏଥିରେ ଭାଗବତର ପ୍ରସଙ୍ଗ ଅନୁସାରେ ଅଭିନୟ ମାଧ୍ୟମରେ ନୃସିଂହ ଓ ବାମନ, ଶ୍ରୀକୃଷ୍ଣ ଓ ସୁଦାମା , ରୁକ୍ମିଣୀ ବିବାହ ଆଦି ବେଶରେ ଦର୍ଶନ ଦେଉଛନ୍ତି। ଆଖପାଖରୁ ବହୁ ଶ୍ରଦ୍ଧାଳୁ ପ୍ରବଚନ ଶୁଣିବା ସହିତ ସାଧୁସନ୍ଥମାନଙ୍କ ସାନିଧ୍ୟ ଲାଭ କରୁଛନ୍ତି | ଏହି କାର୍ଯ୍ୟକ୍ରମ ୧୨ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଭାଗବତ ପ୍ରଚାର ସମିତି ବେଣାପଡାର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି |


