ଦିଗପହଣ୍ଡିରେ ଜାତୀୟ ପ୍ରେସ୍ ଦିବସ ପାଳିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ଏନଏସି କାର୍ଯ୍ୟାଳୟ ସଭାଗୃହ ରେ ରବିବାର ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଦିଗପହଣ୍ଡି ଖବରଦାତା ସଂଘ ସଭାପତି ଅଶେଷ ନାଥ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନା ସଭାରେ ଆଇନଜୀବି ତଥା ସଂଘ କାର୍ଯ୍ୟକର୍ତ୍ତା ହରପ୍ରସାଦ ରଥ ସଂଯୋଜନା କରିଥିଲେ । ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଖବରଦାତା ତଥା ଗବେଷକ ଡ଼. ଅନନ୍ତରାମ କର କୈାଣ୍ଡନ୍ଯ ଏବଂ ସମ୍ମାନିତ ବକ୍ତା ଭାବେ ଆଇନଜୀବି ତଥା ପତ୍ରିକା ର ସମ୍ପାଦକ କୁରେଶୁ ପଣ୍ଡା, ସଂଘ ସମ୍ପାଦକ ଗୋପାଳକୃଷ୍ଣ ମଲ୍ଲିକ ମଞ୍ଚାସିନ ଥିଲେ ।’ ସାମ୍ପ୍ରତିକ ସ୍ଥିତିରେ ଗ୍ରାମାଞ୍ଚଳର ସାମ୍ବାଦିକତା ‘ ଶୀର୍ଷକ ଆଲୋଚନା ଚକ୍ର ରେ ବକ୍ତା ଓ ଅତିଥି ବୃନ୍ଦ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ସଂଘ ପକ୍ଷରୁ ସମସ୍ତ ଅତିଥି,ବକ୍ତା ଏବଂ ବ୍ଲକ ଖବରଦାତା ମାନଙ୍କୁ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଖବରଦାତା ବିଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ଖବରଦାତା ନୀଳମାଧବ ପରମଗୁରୁ , କିରଣ କୁମାର ବେହେରା , ସଞ୍ଜୀବ ପାତ୍ର , କୁରେଶୁ ମହାରଣା , ନାରାୟଣ ସେଠୀ , ବିନାୟକ ଦାସ , ଶଙ୍କର ସ୍ବାଇଁ , ସନ୍ତୋଷ ରେଡ୍ଡୀ , ଭବାନୀ ଶଙ୍କର ପଣ୍ଡା , ସୁରେନ ଗୈାଡ , ଭଗବାନ ପଟ୍ଟନାୟକ , ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


