ଶ୍ରୀ ଗଣେଶ ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର ଗାନ୍ଧୀଛକ ସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପ ରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ପୁରୋହିତ ପ୍ରବୀଣ ଷଡଙ୍ଗୀ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ପୂଜାର୍ଚ୍ଚନା ରେ ପୂଜା କମିଟି ର ପ୍ରମୁଖ କର୍ମକର୍ତ୍ତା ବିଚିତ୍ରାନନ୍ଦ ପଟ୍ଟନାୟକ, ପ୍ରଦୀପ କୁମାର ପଣ୍ଡା , ସୁଧାଂଶୁ ପାଣିଗ୍ରାହୀ,ନିଗମ ପ୍ରସାଦ ପଣ୍ଡା, ଲଲାଟେନ୍ଦୁ ପ୍ରଧାନ, ଶିବ ଶଙ୍କର ମହାଙ୍କୁଡ , ନରେନ୍ଦ୍ର ସାହୁ , ଲଲାଟେନ୍ଦୁ ପଧାନ , ଆଶିଷ ପଟ୍ଟନାୟକ , ରବିନ୍ଦ୍ର ମାର୍ଥା , ବିନୋଦ ଚନ୍ଦ୍ର ଦାସ , କେ. ରାଜୁ ଙ୍କ ସମେତ ବହୁ ସଂଖ୍ୟକ ପୂଜା କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।ପୂର୍ବରୁ ସ୍ଥାନୀୟ ଶ୍ରୀ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ପୂଜା ମହୋତ୍ସବ ପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କମିଟି ମୁଖ୍ୟ ବିଚିତ୍ରାନନ୍ଦ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ଗଣେଶ ପୂଜା ମହୋତ୍ସବ କୁ ଶାନ୍ତିଶୃଙ୍ଖଳା ଏବଂ ଆଡମ୍ବର ସହ ଆୟୋଜନ କରିବା ପାଇଁ ନିଷ୍ପତ୍ତି ଗୃହୀତ ହୋଇ ପୂର୍ବ ପୂଜା କମିଟି କୁ ଅପରିବର୍ତ୍ତିତ ରଖାଯିବାକୁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା ।ସେପ୍ଟେମ୍ବର ୧୯ ତାରିଖ ରେ ପୂଜା ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ମେଲୋଡି ପରିବେଷଣ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ପୂଜା ମହୋତ୍ସବ ପରିଚାଳନା କମିଟିରେ ବିକାଶ ପଶୁପାଳକ, କୁନା ପାତ୍ର , ଅଶୋକ ନନ୍ଦ , ବାରିକ ବେହେରା , ଜେ .ମିଟୁ ରାଓ , ଦେବେନ୍ଦ୍ର ଗୈାଡ , ରଞ୍ଜିତ ବେହେରା , ଦେବରାଜ ସାହୁ, ଓଡି . ଅରବିନ୍ଦ , କିରଣ ପାଢ଼ୀଙ୍କ ସମେତ ବହୁ ସଦସ୍ୟ ରହିଥିବା ଜଣାପଡିଛି।


