ପ୍ରଫେଟ ମହମ୍ମଦଙ୍କ ଜନ୍ମ ଦିନ ଉପଲକ୍ଷେ ରଙ୍ଗବେରଙ୍ଗ ଆଲୋକରେ ଝଲସୁଛି ଧାମନଗର ସହର

ଧାମନଗର (ଓ୍ବାଇଏନଏସ):  ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ପ୍ରଫେଟ ମହମ୍ମଦଙ୍କ ଜନ୍ମ ଦିନ ପାଳନ ଉପଲକ୍ଷେ ରଙ୍ଗବେରଙ୍ଗ ଆଲୋକରେ ଝଲସୁଛି ଧାମନଗର ସହର। ପ୍ରଫେଟ ମହମ୍ମଦଙ୍କ ୧୫୦୧ତମ ଜନ୍ମ ଉତ୍ସବ ପାଳନ ଓ ତବୃକାତ ଦର୍ଶନ କାର୍ଯ୍ୟକ୍ରମ ରହିଛି। ପବିତ୍ର ପର୍ବ ଲାଗି ସଂଖ୍ୟାଲଘୁ ଧର୍ମାବଲମ୍ବୀଙ୍କ ସାହିବସ୍ତି ଓ ଘରେ ଘରେ ରଙ୍ଗବେରଙ୍ଗର ଆଲୋକ ସଜାଯାଇଛି।  ସେହିଭଳି ଧାମନଗର ଏନ ଏ ସି ଅଧିନ ଖାନକା ସରିଫ ଠାରୁ ସାନବଜାର ଓ ବଡ଼ ବଜାର ଏପଟେ ଚୁନୁପଡା ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାଘାଟରେ ରଙ୍ଗବେରଙ୍ଗର ଆଲୋକ ସଜ୍ଜା ସାଙ୍ଗକୁ ସୁସଜ୍ଜିତ ତୋରଣ ସହରକୁ ଆକର୍ଷିତ କରୁଛି। ଦେଶର ବିଭିନ୍ନ ପ୍ରାନ୍ତରରୁ ପ୍ରଖ୍ଯାତ ସାଏର ମାନେ ଆସି ସବୁ ଜୁଲୁସ୍ (ମେଢ) ଓ କାଫେଲା ଶୋଭାଯାତ୍ରାରେ ଜଣେ ଜଣେ ଉପସ୍ଥିତ ରହି ସାଏରୀ ବା କବିତା ଆବୃତ୍ତି କରିବାର କାର୍ଯ୍ୟକ୍ରମ ରହିଛି। ଜୁଲୁସ୍ ଶୋଭଯାତ୍ରାରେ ଶ୍ରଦ୍ଧାଳୁମାନେ ଯିବା ପାଇଁ ନୂଆଲୁଗା ତିଆରି ଲାଗି ଏଠାକାର ଟେଲର ବା ଦର୍ଜିଙ୍କ ପାଖରେ ଭିଡ଼ ଲାଗଥିବା ପରିଲକ୍ଷିତ ହୋଇଛି। ଜୁଲୁସ (ମେଢ଼) ଓ କାଫେଲାରେ ହଜରତ ମହମ୍ମଦଙ୍କ ନୀତିବାଣୀ ଉପରେ ନାତ ସରିଫ ପଢ଼ି ପଢ଼ି ଯିବେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।ଏହି ଅବସରରେ ଜୁଲୁସ୍ କାଫଲା ଶୋଭାଯାତ୍ରା ଖାନକା ସରିଫରେ ପହଞ୍ଚିବେ ସେଠାରୁ ପର୍ଯ୍ୟାୟ କ୍ରମେ ଇଦ ଗା ମଇଦାନ ଅତିକ୍ରମ କରି ଟ୍ରେକର ଷ୍ଟାଣ୍ଡ ବଡ ବଜାର,ସାନ ବଜାର ଛକ ପରିକ୍ରମା କରି ବଙ୍ଗାଳି ଛକ ବାଟେ ଜଗତି କଦମରସୁଲ ଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ