ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ବନ୍ୟାଞ୍ଚଳ ପରିଦର୍ଶନ
ବାଲେଶ୍ୱର (ସରୋଜ ପଣ୍ଡା): ମନ୍ତ୍ରୀ, ଗ୍ରାମୀଣ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଶ୍ରୀଯୁକ୍ତ ରବି ନାରାୟଣ ନାଏକ, ମାନ୍ୟବର ସାଂସଦ, ବାଲେଶ୍ୱର ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଓଡ଼ିଶା ସରକାରୀ ଦଳର ଉପମୁଖ୍ୟ ସଚେତକ ତଥା ମାନ୍ୟବର ବିଧାୟକ ରେମୁଣା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ, ମାନ୍ୟବର ବିଧାୟକ ବାଲେଶ୍ୱର ଶ୍ରୀଯୁକ୍ତ ମାନସ କୁମାର ଦତ୍ତ, ମାନ୍ୟବର ବିଧାୟିକା ବସ୍ତା ଶ୍ରୀମତୀ ସୁବାସିନୀ ଜେନା, ମାନ୍ୟବର ବିଧାୟକ ଜଳେଶ୍ୱର ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ପାତ୍ର, ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ, ଉପ ଜିଲ୍ଲାପାଳ, ବାଲେଶ୍ୱର, ଶ୍ରୀଯୁକ୍ତ ଶିବ ମାଲବ୍ୟ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରବୋଧ କୁମାର ମଲ୍ଲିକ, ଜିଲ୍ଲା ଜରୁରୀ ଅଧିକାରୀ ଶ୍ରୀଯୁକ୍ତ ଚିନ୍ମୟ କୁମାର ରାଉତ, ଡେପୁଟି କଲେ୍ଟର ଐଶ୍ୱର୍ଯ୍ୟା ମହାଳିକଙ୍କ ସହ ଅନେକ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ବାଲେଶ୍ୱର, ଜଳେଶ୍ୱର ଓ ଭୋଗରାଇ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ଅବସରରେ ବନ୍ୟା ପ୍ରଭାବିତ ଲୋକମାନଙ୍କ ସହ ଆଲୋଚନା କରିବା ସହ ଚାଲିଥିବା ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଥିଲେ। କ୍ଷେତ୍ର ପରିଦର୍ଶନ ସମୟରେ ମାନ୍ୟବର ମନ୍ତ୍ରୀ ଏବଂ ତାଙ୍କ ସହ ଆସିଥିବା ପ୍ରତିନିଧି ଦଳ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ସାର୍ବଜନୀନ ଭିତ୍ତିଭୂମିର ସ୍ଥିତି ଆକଳନ କରିବା ସହ ଚାଲିଥିବା ରିଲିଫ୍ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ପ୍ରଭାବିତ ଅଞ୍ଚଳବାସୀଙ୍କ ସମସ୍ୟା ଓ ଅଭିଯୋଗ ଶୁଣାଯାଇଥିଲା ଏବଂ ଅଧିକାରୀମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଥିଲା। କ୍ଷେତ୍ର ପରିଦର୍ଶନ ପରେ ଭୋଗରାଇଠାରେ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଗୁରୁତର ବନ୍ୟା ସମୟରେ ଯେପରି ଜଳ ନିଷ୍କାସନ ସୁଗମ ହୋଇପାରିବ, ସେଥିପାଇଁ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ଡ୍ରେନେଜ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତିକୁ ଅଧିକ ଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମୟୋପଯୋଗୀ ଉଦ୍ଧାର ଓ ସ୍ଥାନାନ୍ତରଣ ସହିତ ପ୍ରଭାବଶାଳୀ ରିଲିଫ୍ ବଣ୍ଟନ ଉପରେ ଗୁରୁତ୍ୱ ଦିଆଯାଇଥିଲା। କୌଣସି ବନ୍ୟା ପ୍ରଭାବିତ ବ୍ୟକ୍ତି ଯେପରି ସହାୟତାରୁ ବଞ୍ଚିତ ନ ହୁଅନ୍ତି ଏବଂ ପ୍ରତ୍ୟେକ ଅସୁରକ୍ଷିତ ଓ ଆବଶ୍ୟକତାପୂର୍ଣ୍ଣ ପରିବାର ନିକଟରେ ଅତ୍ୟାବଶ୍ୟକ ସହାୟତା ବିଳମ୍ବ ନକରି ପହଞ୍ଚିପାରିବ, ସେଥିପାଇଁ ସମସ୍ତ ସମ୍ପୃକ୍ତ ଅଧିକାରୀ ଓ ପ୍ରତିକ୍ରିୟାଶୀଳ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ସାର୍ବଜନୀନ ସମ୍ପତ୍ତି ଓ ଭିତ୍ତିଭୂମିର ମରାମତି ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ସମ୍ପୃକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବନ୍ୟାଜନିତ କ୍ଷୟକ୍ଷତିର ଦ୍ରୁତ, ସ୍ୱଚ୍ଛ ଓ ନିରପେକ୍ଷ ଆକଳନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା, ଯାହା ଦ୍ୱାରା କ୍ଷତିଗ୍ରସ୍ତ ଭିତ୍ତିଭୂମିର ସମୟୋପଯୋଗୀ ପୁନରୁଦ୍ଧାର ଏବଂ ପ୍ରଭାବିତ ଲୋକମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇପାରିବ।


