ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲ୍ ଚଣ୍ଡିଆ ବିରଞ୍ଚିପୁରକୁ ମିଳିଲା ସିବିଏସଇ ଅନୁମତି
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଚଣ୍ଡୀଆ ବିରଞ୍ଚିପୁର ସ୍ଥିତ ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲ୍ କୁ ସିବିଏସଇ ଅନୁମତି ପ୍ରଦାନ କରିଛି। ଦୀର୍ଘବର୍ଷ ଧରି ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମକର୍ତ୍ତାଙ୍କ ଅକ୍ଲାନ୍ତ ଉଦ୍ୟମ ପରେ ବିଦ୍ୟାଳୟର ଭିତ୍ତିଭୂମି, ଶିକ୍ଷାଦାନ, ପରିବେଶ ଆଦି ଅନୁଧ୍ୟାନ କରି ସିବିଏସଇ କର୍ତ୍ତୃପକ୍ଷ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରିଥିବାରୁ ସେଣ୍ଟ ଜାଭିଅର ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।ଆଜି ସ୍କୁଲ ପରିସରରେ ଏଥିନେଇ ପୂଜାର୍ଚନା କରାଯିବା ସହ ଛାତ୍ରଛାତ୍ରୀ ଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା। ଏଥିନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ପୃଷ୍ଠାପୋଷାକ, ଅଭିଭାବକ, ଶୁଭେଛୁ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ ବିଦ୍ୟାଳୟକୁ ଆଗକୁ ବଢାଇବା ପାଇଁ ସହାୟକ ହେବ ବୋଲି ଏହାର ପ୍ରତିଷ୍ଠାତା ଇଂ ଉଦୟନାଥ କର କହିଛନ୍ତି।


