ଗଞ୍ଜାମ ଜିଲ୍ଲାକୁ ମିଳିଲା ତୃତୀୟ ବର୍ଗର ପ୍ରଥମ ଜଳ ସଂଚୟ ଜନ ଭାଗୀଦାରୀ ପୁରସ୍କାର

ଛତ୍ରପୁର (ଓ୍ବାଇଏନଏସ):  ଭାରତ ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମଙ୍ଗଳବାର ଷଷ୍ଠ ଜାତୀୟ ଜଳ ପୁରସ୍କାର-୨୦୨୪ ଏବଂ ପ୍ରଥମ ଜଳ ସଂଚୟ ଜନ ଭାଗୀଦାରୀ ପୁରସ୍କାର ପ୍ରଦାନ କରିଛନ୍ତି। ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଅନୁକରଣୀୟ କାର୍ଯ୍ୟ ପାଇଁ  ବିଭିନ୍ନ ବର୍ଗ ର ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରଶସ୍ତିପତ୍ର, ଏକ ଟ୍ରଫି ଏବଂ କିଛି ବର୍ଗରେ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା।    ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ମଧ୍ୟରେ ଓଡିଶାର ଗଞ୍ଜାମ  ଜିଲ୍ଲା କୁ   ତୃତୀୟ ବର୍ଗ ର ୪ ର୍ଥ ରେଙ୍କ ରେ ପୁରସ୍କୃତ କରାଯାଇଛି, ଏହି ଅବସର ରେ ଗଞ୍ଜାମ ଜିଲ୍ଲା ପରିଷଦ ର ଭାର ପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା  ଟ୍ରଫି ସହ ପୁରସ୍କାର ଗ୍ରହଣ କରିଛନ୍ତି,   ଜଳ ସଞ୍ଚୟ ଜନ ଭାଗୀଦାରୀ (ଜେଏସଜେବି) ପ୍ରୟାସରେ ଭୂତଳ ଜଳ ପୁନଃଚାର୍ଜ ଢାଞ୍ଚା ବିକାଶରେ ଅନୁକରଣୀୟ ଅବଦାନ ପାଇଁ  ଏହି ପୁରସ୍କୃତପ୍ରଦାନ କରାଯାଇଛି।ଗଞ୍ଚାମ ଜିଲ୍ଲାରେ ୯,୪୦୨ଟି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ସୂଚନା ମିଳିଛି। ଏହି ପୁରସ୍କୃତ ସମାରୋହରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି. ଆର. ପାର୍ଟିଲ, କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ର ଜଳ ସମ୍ପଦ, ଆରଡ଼ି ଏବଂ ଜିଆର ବିଭାଗ ର ସଚିବ ଭି. ଏଲ. କଣ୍ଠ ରାଓ, ଜଳ ଶକ୍ତି ମନ୍ତ୍ର ଣା ଲୟର ପାନୀୟ ଜଳ ଏବଂ ପରିମଳ ବିଭାଗ ର ସଚିବ ଅଶୋକ କେ. କେ. ମିନା ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ, ଏହି ପୁରସ୍କାର ମିଳିବା ପରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତୀ ଭାସନ ସମସ୍ତ ଟିମ କୁ ଶୁଭେଚ୍ଛା ଜଣାଇବା ସହିତ ଜିଲ୍ଲା ରେ କିପରି ଏଭଳି ବିକାଶ କାର୍ଯ୍ୟକ୍ରମ ଜାରି ରହିବ ସେଥିପାଇଁ ପରାମର୍ଶ ଦେଇଥିଲେ,   ସୂଚନା ଯୋଗ୍ୟ ଯେ ଓଡିଶା ର ଗଞ୍ଜାମ,   ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡା, କଟକ ତୃତୀୟ ବର୍ଗରେ ପୁରସ୍କୃତ ହୋଇଛନ୍ତି। ଜିଲ୍ଲାରେ ବିଭିନ୍ନ ଜଳପ୍ରକଳ୍ପକୁ ସଫଳତାର ପୂର୍ବକ କାର୍ଯ୍ୟକାରୀ କରିବା ଲାଗି ପ୍ରତ୍ୟେକ ଜିଲ୍ଲାକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ