ପୁଣି ଆଉ ଏକ ସମ୍ଭାବ୍ୟ ଲଘୁଚାପ : ଭୟରେ ଗଜପତି ଜିଲ୍ଲା ଚାଷୀ ଆତଙ୍କିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପୁଣି ଥରେ ଆଉ ଏକ ସମ୍ଭାବ୍ୟ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି। ଏଭଳି କିଛି ସୂଚନା ପାଇବା ପରେ ଗଜପତି ଜିଲ୍ଲାରେ କୃଷକ ଓ ଚାଷୀକୁଳ ଆତଙ୍କିତ ହୋଇ ପଡ଼ିଛନ୍ତି। ଅନେକ ଅଞ୍ଚଳରେ ଧାନ ପାଚି ଯାଇଥିଲେ ମଧ୍ୟ ଜମି ଓଦା ଥିବାରୁ ଫସଲ କାଟି ପାରି ନାହାନ୍ତି.  ତେଣୁ ଏବେ ଚାଷୀ ବର୍ଷା ସୂଚନା ପାଇ ଚିନ୍ତିତ ହୋଇ ପଡିଛନ୍ତି। ଧାନଫସଲ ଅମଳ ସମୟରେ ବର୍ଷା ହେଲେ ଫସଲ ସଂପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ରହିଛି। ଫସଲ ନଷ୍ଟ ହେବା ଭୟରେ ଚାଷୀ ବର୍ତ୍ତମାନ ତରତର ହୋଇ ଧାନ ଫସଲକୁ କାଟି ଅମଳରେ ଲାଗି ପଡିଛନ୍ତି। ଗଜପତି ଜିଲ୍ଲା ଚାଷୀ ଓ କୃଷକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ,  ଚଳିତବର୍ଷ ଖରିଫଋତୁରେ ପ୍ରଥମେ ନିଅଣ୍ଟିଆ ବର୍ଷା, ତା ପରେ ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ବ୍ୟାପକ ଫସଲ ହାନୀ ହୋଇଥିଲା | ଗତ ଲଗାଣ ବର୍ଷାରେ ଗଜପତି ଜିଲ୍ଲାରେ ମୋଟ 60 % ଧାନ ଫସଲ କ୍ଷତି ଘଟିଥିଲା. ବର୍ତ୍ତମାନ ବଳକା ରହିଥିବା 40 % ଧାନ ଫସଲ ପୁଣି ଏହି ଲଘୁଚାପ ହେଲେ ସମ୍ପୂର୍ଣ ଧାନ ଫସଲ ଉଜୁଡି ଯିବ. ଏହି ଚିନ୍ତାରେ ବର୍ତ୍ତମାନ ଗଜପତି ଜିଲ୍ଲାର ସମସ୍ତ ଚାଷୀ ଓ କୃଷକ ଆତଙ୍କିତ ହୋଇପଡିଛନ୍ତି ବୋଲି ଚାଷୀ ଓ କୃଷକ ସଂଘର ସଭାପତି ଶ୍ରୀ ପଟ୍ଟନାୟକ ପ୍ରକାଶ କରି ଚଳିତ ବର୍ଷ ଧାନ ଫସଲର ଏଭଳି ସର୍ବସ୍ୱ କ୍ଷତିକୁ ନେଇ ଚାଷୀକୂଳ କିପରି ପରିବାର ପରିପୋଷଣ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ