ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉଦଘାଟିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଶୁକ୍ରବାର  ଦିଗପହଣ୍ଡି ଏନଏସି  ୱାର୍ଡ ନଂ. ୨ କରଣ ସାହି ସ୍ଥିତ ଗୋପବନ୍ଧୁ ବିଦ୍ୟାଳୟର ପୁରୁଣା କୋଠାରେ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଶୁଭ ଉଦଘାଟନ ହୋଇଯାଇଛି । ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଆୟୋଜିତ ରୋଗୀ କଲ୍ୟାଣ ସମିତି ର ବୈଠକ ପରେ  ମୁଖ୍ୟ ଅତିଥି ତଥା ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଉତ୍ସବ ସ୍ଥଳରେ ପହଞ୍ଚିଥିଲେ। ଆରୋଗ୍ୟ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା କାଉନସିଲର ସୁଶାନ୍ତ କୁମାର ପାତ୍ର ଆରୋଗ୍ୟ ମନ୍ଦିର କୋଠା କୁ  ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।  ଦିଗପହଣ୍ଡିରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଥିଲେ ମଧ୍ୟ ଏହି ଆରୋଗ୍ୟ ମନ୍ଦିର ଦ୍ବାରା ରୋଗୀ  ସ୍ବାସ୍ଥ୍ୟସେବା ପାଇବା ସହ ସେମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯିବ ବୋଲି ବିଧାୟକ କହିଥିଲେ।  ଉଦଘାଟନୀ ଉତ୍ସବରେ ଏନଏସି ନଗରପାଳ ପ୍ରଫୁଲ୍ଲ ପଣ୍ଡା , କାର୍ଯ୍ଯନିର୍ବାହୀ ଅଧିକାରୀ ଅବିନାଶ  ମିଶ୍ର , ଗଞ୍ଜାମ ଜିଲା  ମୂଖ୍ୟ ଚିକିତ୍ସାଧିକାରୀ ଡ଼ା. ସୁଶାନ୍ତ କୁମାର ନାୟକ , ଡିପିଏମ ବୁଲୁନାଥ ସାହୁ ,  ଏପିଏମ୍ ସଦାନନ୍ଦ ସାହୁ , ବମକେଇ  ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା. ସୁଚସ୍ମିତା ଚୌଧୁରୀ ,  ବିପିଏମ ଶୁଭେନ୍ଦୁ କୁମାର ଦାସ , ପିଏଚଇଓ ସଂଯୁକ୍ତା ଜେନା ,  କନିଷ୍ଠ ସହାୟକ ରବି ପ୍ରସାଦ ପାତ୍ର , ବିଏଏମ ଶ୍ଯାମାନନ୍ଦ ପାଠୀ  , ବିଡିଏମ ଦାୟିତ୍ୱରେ ଥିବା ଦିଗପହଣ୍ଡି ମେଡିକାଲ ଅଫିସର ଡ଼ା. ଶିବାନନ୍ଦ ଚୌଧୁରୀ, କାଉନସିଲର  ନୀଳମାଧବ ଗୌଡ଼ , ରମେଶ ଚନ୍ଦ୍ର ଜେନା ଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଦୀର୍ଘବର୍ଷ ଧରି ଲାଗିରହିଥିବା ବିବିଧ ସମସ୍ୟା , ଖାଲି ପଡ଼ିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ ନିମନ୍ତେ ଏନଏସି ଉପାଧ୍ୟକ୍ଷା ପ୍ରତିନିଧି କେ. କୁନା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ଏନେଇ ଆଲୋଚନା କରିବା ପରିବର୍ତ୍ତେ ଖପ୍ପା ହୋଇଥିଲେ। ଗତ ସରକାରରେ ଥିବା ପ୍ରତିନିଧିଙ୍କୁ ସମସ୍ୟା ଜଣାଇବାକୁ କହିବାରୁ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଉପସ୍ଥିତ ଏନଏସି ଅଧ୍ୟକ୍ଷ ଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ