ପୀରଜାହାନିଆ ସମୁଦ୍ର ଭିତରକୁ ନଯିବାକୁ ସଚେତନ କଲା ବନବିଭାଗ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :-ଦେବୀ ନଦୀ ପାର୍ଶ୍ୱବର୍ତ୍ତୀ ପୀରଜାହାନିଆ ସମୁଦ୍ର କୂଳରେ ଶୁକ୍ରବାର ସ୍ଥାନୀୟ ଯୁବକ କୁମ୍ଭୀର ଚଳପ୍ରଚଳ କରୁଥିବା ଦେଖିବା ପରେ ଏବେ ସ୍ଥାନୀୟ ଅଂଚଳରେ ଭୟବାତାବରଣ ସୃଷ୍ଟି ହୋଇଛି। ପୀରଜାହାନିଆ ନିକଟ ସମୁଦ୍ର ମଧ୍ୟକୁ ନଯିବାକୁ ସଚେତନ କଲା ବନ ବିଭାଗ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧିକାରୀ ସୁଦର୍ଶନ ଦେହୁରୀ, ବନପାଳ କାଳୀ ଚରଣ ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନ ରେ କୁମ୍ଭୀର ଆତଙ୍କ ଖେଳି ଯିବା ପରେ ପର୍ଯ୍ୟଟକ ଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଥିବା ପୀରଜାହାନିଆ ବେଳାଭୂମି ନିକଟରେ ସମୁଦ୍ର ସ୍ନାନ ଓ ସମୁଦ୍ର ଭିତରେ ପ୍ରବେଶ ବାରଣ କରିଛନ୍ତି ବନବିଭାଗ। ପର୍ଯ୍ୟଟକ ମାନଙ୍କୁ ଡାକବାଜି ଯନ୍ତ୍ର ଓ ସମୁଦ୍ର କୂଳରେ ଫ୍ଲେକ୍ସ ଲଗାଇ ସମୁଦ୍ର ମଧ୍ୟକୁ ପ୍ରବେଶ କୁ ବାରଣ କରିଛନ୍ତି। କାରଣ ଶୁକ୍ରବାର ଦେଖା ଯାଇଥିବା କୁମ୍ଭୀର ପାଇଁ ସମୁଦ୍ର ସ୍ନାନ ବାରଣ କରାଯାଇଛି।


