ମାଇଁ ଏନସିସି ଆଲୁମନି ଆସୋସିଏସନ୍‌ର ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ମାଇଁ ଏନ ସି ସି ଆଲୁମନି ଆସୋସିଏସନ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏନ.ସି.ସି. ଦିବସ ଅବସରରେ ପ୍ରତ୍ୟେକ ବର୍ଷ ଏହି ବାର୍ଷିକ ଉତ୍ସବ ପାଳନ କରାଯାଇଥାଏ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା କଲେଜର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ଓ ମୁଖ୍ୟବକ୍ତା ଭାବେ ପୂର୍ବତନ ଅଧ୍ୟକ୍ଷ ମେଜର ପୀତବାସ ମହାନ୍ତି ଯୋଗ ଦେବା ସହ ଅନ୍ୟ ବରେଣ୍ୟ ଅତିଥି ଭାବେ ପୂର୍ବତନ ବାଳିକା ବିଭାଗ ଏ.ଏନ. ଓ. ପ୍ରଫେସର ଜ୍ୟୋସ୍ନାମୟୀ ସାହୁ, ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ପୂର୍ବତନ ପ୍ରାଧ୍ୟାପିକା ଡ. ଅନ୍ନପୂର୍ଣ୍ଣା ସୁଆର, ବର୍ତ୍ତମାନର ବାଳିକା ବିଭାଗ ଏ.ଏନ.ଓ. କ୍ୟାପଟେନ ସୀମା ମହାନ୍ତି ଓ ବାଳକ ବିଭାଗ ଏ.ଏନ.ଓ. ଲେଫ୍ଟନାଣ୍ଟ୍ ରଜନୀକାନ୍ତ ତ୍ରିପାଠୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରେଖିଥିଲେ। ଆଲୁମନି ଆସୋସିଏସନ ସଭାପତି ପ୍ରଭାସିନୀ ସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ ବିବରଣୀ ପାଠ କରିଥିଲେ। ମାଇଁ ଏନ.ସି.ସି. ଆଲୁମନି ଆସୋସିଏସନର ବହୁ ସଦସ୍ୟ / ସଦସ୍ୟା ଉପସ୍ଥିତ ଥିବା ସ୍ଥଳେ ବର୍ତ୍ତମାନ ର ବାଳକ ଓ ବାଳିକା ବିଭାଗର ସମସ୍ତ କ୍ୟାଡେଟ୍ ଉପସ୍ଥିତ ରହି କାଯ୍ୟକ୍ରମକୁ ଉପଭୋଗ କରିବା ସହ ସୁଚାରୁରୂପେ ସମ୍ପାଦନ କରିଥିଲେ। ଏହି ବାର୍ଷିକ ଉତ୍ସବରେ କେନ୍ଦ୍ରାପଡ଼ା କଲେଜ ପାଇଁ ଅନବରତ ସେବା ଯୋଗାଇ ଆସୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ କ୍ଷୀରୋଦ କୁମାର ପରିଡାଙ୍କୁ “ଆଦର୍ଶ ସେବକ’ ଉପାଧିରେ ସମ୍ମାନିତ କରାଯାଇଥିଲା। ପ୍ରତି ବର୍ଷ ପରି କେନ୍ଦ୍ରାପଡ଼ା କଲେଜର ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ନମ୍ବର ରଖ୍ ପାସ କରିଥିବା ପ୍ରତିଭାମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ୨୦୨୫ ର ବେଷ୍ଟ ଗ୍ରାଜୁଏଟ କଳା ବିଭାଗ ଛାତ୍ରୀ ଶର୍ମିଷ୍ଠା ରାଉଳ, ବାଣିଜ୍ୟ ବିଭାଗ ଛାତ୍ର ଶୁଭ୍ରଜିତ ସିଂ, ବିଜ୍ଞାନ ବିଭାଗ ଛାତ୍ରୀ ଅଞ୍ଜଳି ବିଶ୍ୱାଳ, ଉଚ୍ଚମାଧ୍ୟମିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ୱର ରଖି ପାସ କରିଥିବା କଳା ବିଭାଗ ଛାତ୍ରୀ ଲିପ୍ସା ମିଶ୍ର, ବାଣିଜ୍ୟ ବିଭାଗ ଛାତ୍ର ନୀଳକମଳ ଦାସ, ବାଣିଜ୍ୟ ବିଭାଗ ଛାତ୍ର ମନୀଷ ଲେଙ୍କାଙ୍କୁ ପୁରସ୍କୃତ କରାଯାଇଥିଲା। ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ ମାଇଁ ଏନ.ସି.ସି ଆଲୁମନି ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ମେଗା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ସ୍ୱର୍ଗତ ଏଲିନା ଜତି, ଅବନ୍ତୀ ସାହୁ, ସଂଯୁକ୍ତା ଜେନା, ଦିବାକର ଲେଙ୍କା, କେଶବ ଚନ୍ଦ୍ର ପଲାଇ, ସୁନାକାର ବିଶ୍ୱାଳ, ରବୀନ୍ଦ୍ର ନାଥ ଖୁଣ୍ଟିଆ, ନଟବର ପ୍ରଧାନ, ସସ୍ମିତା ପ୍ରଧାନ, ମହମ୍ମଦ ମନୱାର ଖାନ୍‌, ଡ. ପ୍ରଭାସିନୀ ମହାପାତ୍ର, ନିର୍ମଳ ଚନ୍ଦ୍ର ବାରିକ, କଣ୍ଡୁରୀ ଚରଣ ଦାସ, ନରେନ୍ଦ୍ର ନାଥ ବିଶ୍ୱାଳ ସ୍ମୃତି ସମ୍ମାନ ବିତରଣ କରା ଯାଇଥିଲା। ଏହି ବାର୍ଷିକ ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସହ ବହୁ ଅଭିଭାବକ ଓ କେନ୍ଦ୍ରାପଡ଼ା କଲେଜର ସମସ୍ତ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ରହି କାଯ୍ୟକ୍ରମକୁ ଉପଭୋଗ କରିଥିଲେ। ବର୍ଷ ତମାମ ମାଇଁ ଆଲୁମନି ଆସୋସିଏସନର ସମାଜ କଲ୍ୟାଣ କାର୍ଯ୍ୟ ନିମନ୍ତେ ବିଭିନ୍ନ କାଯ୍ୟକ୍ରମରେ ଏନ.ସି.ସି. ବାଳକ ଓ ବାଳିକା ବିଭାଗ ସହଯୋଗ କରି ଆସିଥିବାରୁ ଦୁଇ ବିଭାଗକୁ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଉଭୟ ବାଳକ ଓ ବାଳିକା ବିଭାଗ ମଧ୍ୟରୁ ଉନ୍ନତ ମାନର ପାଠ ପଢ଼ା ଓ ସର୍ବୋଚ୍ଚ ନମ୍ୱର ରଖିଥିବା ବାଳିକା ବିଭାଗର କଲ୍ୟାଣୀ ଦାସ (ରାଜନୀତି ବିଜ୍ଞାନ ସମ୍ମାନ)ଙ୍କୁ ଡକ୍ଟର ପ୍ରଭାସିନୀ ମହାପାତ୍ର ମେମୋରିଆଲ ରନିଙ୍ଗ ଟ୍ରଫି ପ୍ରଦାନ କରାଯିବା ସହ ବାଳକ ବିଭାଗ କ୍ୟାଡେଟ୍ ହରିଶ କୁମାର ପଣ୍ଡାଙ୍କୁ କେନ୍ଦ୍ରାପଡ଼ା କଲେଜରୁ ପ୍ରତିନିଧିତ୍ୱ କରି ଦିଲ୍ଲୀର ରିପବ୍ଲିକ ପ୍ୟାରେଡରେ ଅଂଶଗ୍ରହଣ କରି କରିଥିବାରୁ ମାଇଁ ଏନ ସି ସି ଆଲୁମନି ଆସୋସିଏସନ ପକ୍ଷରୁ ମାନପତ୍ର,ଟ୍ରଫି ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ବର୍ତମାନର କ୍ୟାଡେଟ ଓ ଆଲୁମନି ଆସୋସିଏସନର ସଦସ୍ୟ /ସଦସ୍ୟା ମାନଙ୍କ ଦ୍ୱାରା ସାଂସ୍କୃତିକ କାଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଉତ୍ସବକୁ ସଫଳ ରୂପାୟନ କରିଥିବା ସମସ୍ତ କ୍ୟାଡେଟ ଓ ଆଲୁମନି ସଦସ୍ୟମାନଙ୍କୁ ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ