ବିଶ୍ୱ ଏଡସ୍‌ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା): ବିଶ୍ୱ ଏଡ୍ସ୍ ଦିବସ ପାଳନ ଉପଲକ୍ଷେ DAPCU (DISHA), ବାଲେଶ୍ୱର ଦ୍ୱାରା ଜିଲ୍ଲାରେ ଦିନଭରି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଓ ସାଧାରଣ ସଭାଗୁଡିକ ଆୟୋଜନ କରାଯାଇଥିଲା। ସକାଳୁ ରଙ୍ଗୋଲି ପ୍ରତିଯୋଗିତା, ମ୍ୟୁଜିକ୍ ଚେୟାର, ହ୍ୟୁମାନ୍‌ ଚେନ୍ ଓ ସିଗ୍ନେଚର୍ କ୍ୟାମ୍ପେନ୍ ଆରମ୍ଭ ହେଇଥିଲା ଏବଂ ଏହି କାର୍ଯ୍ୟକ୍ରମଗୁଡିକୁ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ , ବାଲେଶ୍ୱର ଉଦ୍‌ଘାଟନ କରିଥିଲେ।  ମାଆ ମାନଙ୍କ ସହ  ଏସ ଏଚ୍ ଜି (SHG) ସଦସ୍ୟ।ମାନେ, କର୍ମଚାରୀ ବୃନ୍ଦ ଉତ୍ସାହ ର ସହିତ  ଯୋଗଦେଇଥିଲେ। ସକାଳ 10.45ରେ ଡି ଟି ୟୁ (DTU )କନ୍ଫରେନ୍ସ ହଲ୍‌ରେ  ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ  ଡା. ପ୍ରଭାତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଆୟୋଜନ କରାଯାଇଥିଲା। ଏଥିରେ ଡା. ମନୋଜ କୁମାର ସାହୁ, ଜିଲ୍ଲା ନୋଡାଲ ଅଧିକାରୀ  ( HIV/AIDS), ଡା. ଏସ. ଜଗଦେବ ଏସ ଏମ ଓ  (SMO, ARTC), ରସ୍ମିତା ମହାନ୍ତି (DPM, DAPCU) ଓ ଚକ୍ରଧର ଜେନା (DPM, NHM) ଯୋଗଦେଇଥିଲେ। ANM ଛାତ୍ରୀମାନେ, ଅଧ୍ୟାପକ ମାନେ  ଓ ପ୍ରିନ୍ସିପଲ୍ ଙ୍କ ସହ  ସାଧାରଣ ଲୋକମାନେ ବି ଭାଗନେଇଥିଲେ। ରସ୍ମିତା ମହାନ୍ତି ଅଧିବେଶନ ସଂଚାଳନ କରିଥିଲେ ଏବଂ ଏଡ୍ସ ରେ ପ୍ରାଣ ହାରାଇଥିବା ବ୍ୟକ୍ତିମାନଙ୍କୁ ସ୍ମରଣ କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ