ପଞ୍ଚାୟତ ସମିତି ସ୍ତରୀୟ ମିଳିତ ଜନଶୁଣାଣୀ
ବୁଗୁଡା, (ଅନୀଲ କୁମାର ମହାରଣା) : ଗଂଜାମ ଜିଲ୍ଲାର ବୁଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପଞ୍ଚାୟତ ସମିତି ସ୍ତରୀୟ ମିଳିତ ଜନଶୁଣାଣୀ ଡିସେମ୍ବର ୦୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଏଡିଏମ ସୁନିଲ କେର୍କେଟାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୁଗୁଡା ତହସିଲଦାର ତାପସ ରାଉତ, ଏବିଡ଼ିଓ ଧର୍ମରାଜ ପରିଡା, ସିଡିପିଓ ବବିତା କୁମାରୀ ପଣ୍ଡା ଓ ବିଭିନ୍ନ ବିଭାଗର ଅଧିକାରୀ ବୃନ୍ଦ ଯୋଗଦେଇଥିଲେ। ମୋଟ ୧୧ ଗୋଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା। ସେଥି ମଧ୍ୟରୁ ୮ ଗୋଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୩ ଗୋଟି ଗୋଷ୍ଠୀଗତ ଅଭିଯୋଗ ଥିଲା। ସେଥି ମଧ୍ୟରୁ ୮ ଗୋଟି ଅଭିଯୋଗର ସମାଧାନ ହୋଇଥିଲା। କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ଜନଶୁଣାଣି ଅଧିକାରୀ ଜ୍ୟୋତି ରଞ୍ଜନ ସାହୁଙ୍କ ସମେତ ବୁଗୁଡା ବ୍ଳକର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।


