ସପ୍ତମ ମିରାକଲ ଷ୍ଟାର୍ ନାଇଟର ଆଧୁନିକ ନୃତ୍ୟରେ ଝୁମିଲେ ଦର୍ଶକ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ର ଅଗ୍ରଣୀ ଆଧୁନିକ ନୃତ୍ୟ ଅନୁଷ୍ଠାନ ମିରାକଲ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ସ୍ଥାନୀୟ ଗୁଣ୍ଡିଚା ପଡିଆ ଠାରେ ମିରାକଲ ନାଇଟ ସପ୍ତମ ସଂସ୍କରଣ ଆଧୁନିକ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପୌରଧକ୍ଷା ନିର୍ମଳା ସେଠୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ସୁଲେମାନ ରାଇକା,ଜିଲ୍ଲା ସଂସ୍କୃତି ଅଧିକାରି ଅର୍ଚ୍ଚନା ମଙ୍ଗରାଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀ, ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ତଥା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର, ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବ ମଞ୍ଚ ଅଭିନେତା ଆଦର୍ଶ ଦାସ ଓ ଆୟୋଜକ ଅନୁଷ୍ଠାନ ନିର୍ଦ୍ଦେଶକ ଶୁଭେନ୍ଦୁ ମୋହନ ସେନାପତି ଉପସ୍ଥିତ ଥିଲେ। ଦ୍ଵିତୀୟ ପର୍ଯ୍ୟାୟ ରେ ଓଡ଼ିଆ ସିନେମା ଜଗତର ଅଭିନେତା ରାକେଶ ଦେଓ ଓ ସିନେ ପ୍ରୋଜଯୋକ ପାର୍ଥ ସାରଥି ଜେନା ଯୋଗ ଦେଈ ଉପାନ୍ତ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମ ଓ ଅନୁଷ୍ଠାନ କୁ ଭୂୟସୀ ପ୍ରଶଂସା କରିଥିଲେ। ପୁର୍ବରୁ ଆୟୋଜିତ ନୃତ୍ୟ ପ୍ରତିଯୋଗୀତା ରେ କନିଷ୍ଠ ବିଭାଗ, ଯୁବ ବିଭାଗ, ବରିଷ୍ଟ ବିଭାଗ ରେ ଏକକ ଓ ଦଳଗତ ବିଭାଗ କୃତିତ୍ୱ ହାସଲ କରିଥିବା କଳାକାର ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ନାଟକ ପାଇଁ ମନୋଜ ପାଢ଼ୀ, ସମାଜସେବା ପାଇଁ ନିଲକମଲ ଗନ୍ତାୟତ, ଶିକ୍ଷାକ୍ଷେତ୍ର ରେ ସ୍ୱାଗତିକା ମିଶ୍ର, ଶିଶୁ କଳାକାର ଭାବରେ ପ୍ରୀୟଂଶୀ ଜେନା ଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି ପାରଳା ସହରର ପ୍ରତିଷ୍ଠିତ ନୃତ୍ୟ ଅନୁଷ୍ଠାନର ନୃତ୍ୟ ଗୁରୁ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ସିନେ କଳାକାର ଙ୍କ ଦମଦାର ନୃତ୍ୟ ସହ ଅନୁଷ୍ଠାନ ର ଶିଶୁ କଳାକାର ଙ୍କ ସମେତ ଅତିଥି କଳାକାର ମାନେ ଆକର୍ଷଣୀୟ ଆଧୁନିକ ନୃତ୍ୟ ପରିବେଷଣ କରିଥିବାରୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଅବିର ଭୂଷଣ ପଣ୍ଡା, ବିଷ୍ଣୁପ୍ରିୟା ଜେନା ପରିଚାଳନା କରିଥିଲେ।


