ଅଧ୍ୟାପକ ଦେବାଶିଷ ସ୍ୱାଇଁ ଶିକ୍ଷା ପ୍ରଦୀପ ସମ୍ମାନରେ ସମ୍ମାନିତ

ପୋଲସରା, (ଅନୀଲ କୁମାର ମହାରଣା) : “ସମ୍ବର୍ଦ୍ଧନା ପରିବାର”, ଶରଣକୁଳ, ନୟାଗଡ ଦ୍ୱାରା ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ – ୨୦୨୫ କାର୍ଯ୍ୟକ୍ରମରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଦେବାଶିଷ ସ୍ୱାଇଁ ଙ୍କୁ କବି, ସୁ ବକ୍ତା, କଣ୍ଠଶିଳ୍ପୀ, ଉପସ୍ଥାପକ ଓ ସମାଜସେବା ପାଇଁ ଶିକ୍ଷାପ୍ରଦୀପ ସମ୍ମାନରେ ସମ୍ବର୍ଦ୍ଧିତ କରାହାଇଛି। ଏହି କାର୍ଯ୍ୟକ୍ରମରେ ଆକାଶବାଣୀ କେନ୍ଦ୍ର କଟକ ଏବଂ ଦୂରଦର୍ଶନ କ୍ଷେତ୍ର, ଭୁବନେଶ୍ୱର ର ପ୍ରାକ୍ତନ ନିର୍ଦେଶକ ଡ଼ଃ ଶାନ୍ତନୁ କୁମାର ରଥ, କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ, ନିରାକାରପୁର ର ପ୍ରାକ୍ତନ ପ୍ରାଧ୍ୟାପକ ଡ଼ଃ ବେଣୁଧର ଦାସ, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭବାନୀପାଟଣା ର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଯଦୁନାଥ ପ୍ରଧାନ, ସଭାପତି କବିକୁସୁମ ନିରାକାର ସ୍ୱାଇଁ, ସମ୍ପାଦିକା ହରପ୍ରିୟା ଦ୍ବିବେଦୀ, ପ୍ରତିଷ୍ଠାତା ସଦସ୍ୟ ଏମ ଦିନବନ୍ଧୁ, ଗୋଦାବରୀ ବସନ୍ତିଆ, ଉପସଭାନେତ୍ରୀ ଅଧ୍ୟାପିକା ନୀଳିମା ନନ୍ଦ, କବି ତଥା ଗୀତିକାର ନୀଳାଦ୍ରି ବିହାରୀ ମହାପାତ୍ର ଙ୍କ ଉପସ୍ଥିତି ରେ ଶ୍ରୀ ସ୍ୱାଇଁ ଙ୍କୁ ଶିକ୍ଷାପ୍ରଦୀପ ସମ୍ମାନ ପ୍ରଦାନ ପୂର୍ବକ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ