ସ୍କୁଲ ବସ ବନ୍ଦ ହେବା ଘଟଣାରେ ପ୍ରତିବାଦ କଲେ ଛାତ୍ରଛାତ୍ରୀ
ହାଟଡିହି (ଓ୍ବାଇଏନଏସ): ବାଙ୍ଗୋର ଓ ବଉଳା ଅଞ୍ଚଳର ଛାତ୍ରଛାତ୍ରୀ ଙ୍କ ପାଇଁ ଓଏମସି କର୍ତ୍ତୃପକ୍ଷ ଯୋଗାଇ ଦେଉଥିବା ସ୍କୁଲ ବସ ବନ୍ଦ ହେବାକୁ ନେଇ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ସେମାନଙ୍କ ଅଭିଯୋଗ ଅନୁଯାଇ ବଙ୍ଗୋର ଓ ବଉଳା ଖଣି ଅଞ୍ଚଳର ଛାତ୍ରଛାତ୍ରୀ ବିଦ୍ୟାଧରପୁର ସ୍ଥିତ ଇଂରାଜୀ ମିଡିୟମ ସ୍କୁଲ ଓ କାନପୁର ଶିଶୁ ମନ୍ଦିରରେ ପଢିଥାନ୍ତି। ଏସବୁ ଛାତ୍ରଛାତ୍ରୀଙ୍କ ଯାତାୟାତ ପାଇଁ ଓଏମସି କର୍ତ୍ତୃପକ୍ଷ ସ୍କୁଲ ବସ ଯୋଗାଇ ଦେଇଥାନ୍ତି। କିନ୍ତୁ ଗତକାଲି ହଠାତ ସ୍କୁଲ ବସ ଆଉ ଆସିନଥିଲା। ଫଳରେ ୪୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସ୍କୁଲ ଯାଇ ପାରିନଥିଲେ। ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଓଏମସି ଫାଟକ ସମୁଖରେ ଯାଇ ଏହାର ଦୃଢ଼ ପ୍ରତିବାଦ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ଓଏମ ସି କର୍ତ୍ତୃପକ୍ଷ ଅଭିଭାବକ ମାନଙ୍କୁ ଡାକି ବିବାଦର ସମାଧାନ କରାଇଥିବା ଜଣା ଯାଇଛି। ୨୨୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଙ୍କୁ ନେବାକୁ ବସ ମନା କରିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା।ଆଲୋଚନା ପରେ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ବ୍ୟବସ୍ଥା ସ୍ୱାଭାବିଜ ହୋଇଛି।


