ସ୍ଵେଛାକୃତ ରକ୍ତଦାନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ହାଟଡିହି(ଓ୍ବାଇଏନଏସ): ଆସନ୍ତା ଡିସେମ୍ବର ୬ ତାରିଖ ଶନିବାର ଦିନ ଛେନାପଦି ଛକ ସ୍ଥିତ ବିଶ୍ୱତାରିଣୀ ଯୁକ୍ତ୩ ମହିଳା ମହାବିଦ୍ୟାଳୟ ପରିସରରେ ଏକ   ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଯାଉଛି l ତେଣୁ ମଙ୍ଗଳ ବାର ମଧ୍ୟାହ୍ନରେ  ବିଶ୍ୱତାରିଣୀ ଯୁକ୍ତ୩ ମହିଳା ମହାବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ ପହିଙ୍କ ତତ୍ୱାବଧାନରେ ଆୟୋଜିତ ବୈଠକରେ ସମ୍ବାଦ ପ୍ରତିନିଧି କିଶୋର ଆଚାର୍ଯ୍ୟ, ସାମ୍ବାଦିଜ ପାର୍ଥ ସୌରଭ ସା, ଅଧ୍ୟାପିଜା ବେଦମତି ନାୟକ, ଝରଣା ବରାଳ, ନିରଞ୍ଜନ ଜେନା, ଅଭିରାମ ସାହୁ, ଭକ୍ତ ଶେଖର ସ୍ୱାଇଁ, ସୁବାସ ପାତ୍ର, ମଧୁ ସୁଦନ ପାଢ଼ୀ, ସଂଯୁକ୍ତା ଲେଙ୍କା, ଶଶିକାନ୍ତ ବିଶ୍ୱାଳ, ମଦନ ଜେନା, ପର୍ଶୁରାମ ସା, ଛାତ୍ରୀ ପ୍ରତିନିଧି ଲିଜାରାଣୀ ସାହୁ, ସାଇ ଜ୍ୟୋସ୍ନା ସା, ମିନାକ୍ଷୀ ଜେନା,  ବିଶେଷ କରି ରକ୍ତଦାନ ମହତଦାନ ହୋଇଥିବାରୁ ୧୮ ବର୍ଷରୁ ଉର୍ଦ୍ଧ ଛାତ୍ରୀ ମାନେ ସ୍ଵେଛାକୃତ ଭାବେ ଅଧିକ ରୁ ଅଧିକ ରକ୍ତଦାନ କରିବା ନିମନ୍ତେ ଅଧ୍ୟକ୍ଷ ଶ୍ରୀ ପହି ଓ ଆମ ଓଡିଶା ସଂଯୋଜକ କିଶୋର ଆଚାର୍ଯ୍ୟ  ଗୁରୁତ୍ୱାରୋପ କରିଥିଲେ l ମହାବିଦ୍ୟାଳୟର ୟୁଥ ରେଡ କ୍ରସ ଏବଂ ସମ୍ବାଦ ଆମ ଓଡିଶା ମିଳିତ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିର ଶନିବାର ସକାଳ ୧୦ଟା ବେଳେ ଆରମ୍ଭ କରିବାକୁ ନିଷ୍ପତି ହୋଇଥିଲା।  ରକ୍ତଦାନ କରିବା ଦ୍ୱାରା ରୋଗ ପ୍ରତିଶୋଧ ବଢିବା, ଚଞ୍ଚଳତା, ରକ୍ତ ସଂଚାଳନ, ବ୍ରେଇନ ଷ୍ଟ୍ରୋକ, ହାର୍ଟ ଚୋକ ଭଳି ସମସ୍ୟା ଦୂର ହୋଇପାରିବ ବୋଲି ଅଧ୍ୟାପିକା ବେଦମତି ନାୟକ ଛାତ୍ରୀ ମାନଙ୍କୁ ବୁଝାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ