ଜୈବିକ କୃଷି ଶିକ୍ଷା ପ୍ରଶିକ୍ଷଣ ଶିବିର

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମରେ ଜୈବିକ କୃଷି ଶିକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚାଷୀ ମାନଙ୍କ ଆଗ୍ରହକୁ ଲକ୍ଷରଖି ବିଭାଗ ପକ୍ଷରୁ ଏପରି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇ ଚାଷୀ ମାନଙ୍କୁ ଜୈବିକ ଚାଷ ଉପରେ ପ୍ରଶିକ୍ଷଣ ଦିଆ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ଆନନ୍ଦପୁର ସହକାରୀ ଉଦ୍ୟାନ କୃଷି ନିର୍ଦେଶିକା ଅର୍ଚନା ବେହେରା, ‘ଡେରାସ’ ର ଜୈବିକ କୃଷି ପ୍ରଶିକ୍ଷକ ସମୀର କୁମାର ବାରିକ, ହାଟଡିହି ବ୍ଲକର ଉଦ୍ୟାନ କୃଷି ସମ୍ପ୍ରସାରଣ କର୍ମଚାରୀ ମିହିର କୁମାର ବିଶ୍ୱାଳ, ଏପିସି ହାଟଡିହିର ପ୍ରୋଜେକ୍ଟ ମ୍ୟାନେଜର ପ୍ରବୀଣ କୁମାର ସାହୁ ପ୍ରମୁଖ ଯୋଗଦେଇ ଚାଷୀ ମାନଙ୍କୁ ଉନ୍ନତ ପ୍ରଣାଳୀରେ ଜୈବିକ ଚାଷର ବିଭିନ୍ନ ଦିଗ ଉପରେ ବିସ୍ତୁତ ସୂଚନା ଦେଇଥିଲେ।  ଚାଷୀ ମଦନ ଗିରି, ହୃଷିକେଶ ପରିଡା, ମଦନ ପରିଡା, ଆତୁଳ ଖଣ୍ଡା, ରତ୍ନାକର ବେହେରା, ଭାବଗ୍ରାହୀ ବେହେରା, ନନ୍ଦ କିଶୋର ବେହେରା, ତୁଷାରକାନ୍ତ ଦାସ, କୃଷକ ସାଥି ପ୍ରଭାକର ଖଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶତାଧିକ ଚାଷୀ ଶିବିରରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ