ସ୍ଵେଚ୍ଛା କୃତ ରକ୍ତଦାନ ଶିବିର
ହାଟଡିହି (ଓ୍ବାଇଏନଏସ): ଛେନାପଦିଛକ ସ୍ଥିତ ବିଶ୍ୱତାରିଣୀ ଯୁକ୍ତ୩ ମହିଳା ମହାବିଦ୍ୟାଳୟ ପରିସରରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ୟୁଥ ରେଡ଼କ୍ରସ, ଆମ ଓଡିଶା ଏବଂ ଏଚ ଡି ଏଫ ସି ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଶିବିରରୁ ୨୧ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଅଧ୍ୟକ୍ଷ ପ୍ରଶାନ୍ତ ପହିଙ୍କ ତତ୍ୱାବଧାନରେ ଆମ ଓଡ଼ିଶା ପ୍ରତିନିଧି କିଶୋର ଆଚାର୍ଯ୍ୟ, ଅଧ୍ୟାପିକା ବେଦମତି ନାୟକ, ଏଚ.ଡ଼ି.ଏଫ. ସି ବ୍ୟାଙ୍କର ମ୍ୟାନେଜର ସଂଜୀବ ସାହୁ, ଶାଖା ପରିଚାଳକ ଉତ୍ତମ ଧଳ, ସାମ୍ବାଦିକ ପାର୍ଥ ସୌରଭ ସା, ବିକାଶ ବିଶ୍ୱାଳ, ପୁର୍ଣିମା ଦାଶ, ଝରଣା ବରାଳ, ନିରଞ୍ଜନ ଜେନା, ଅଭିରାମ ସାହୁ, ଭକ୍ତ ଶେଖର ସ୍ୱାଇଁ, ସୁବାସ ପାତ୍ର, ମଧୁ ସୁଦନ ପାଢ଼ୀ, ସଂଯୁକ୍ତା ଲେଙ୍କା, ଶଶିକାନ୍ତ ବିଶ୍ୱାଳ, ମଦନ ଜେନା, ପର୍ଶୁରାମ ସା, ଛାତ୍ରୀ ପ୍ରତିନିଧି ଲିଜାରାଣୀ ସାହୁ, ସାଇ ଜ୍ୟୋସ୍ନା ସା, ମିନାକ୍ଷୀ ଜେନା, ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ଆନନ୍ଦପୁର ରକ୍ତ ଭଣ୍ଡାର ର ଡାକ୍ତର ତାପସ ରଞ୍ଜନ ପଣ୍ଡା, ଏଲ.ଟି ସୁଦର୍ଶନ ବେହେରା, ସସ୍ମିତା ଦେହୁରୀ, ଅଶୋକ କୁମାର ସୁର, ହାଡିବନ୍ଧୁ ସୁବୁଦ୍ଧି, ମଙ୍ଗୁଳି ଚାରଣ ସାହୁ, ପୂର୍ଣଚନ୍ଦ୍ର ମାଝୀ ପ୍ରମୁଖ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ। ରକ୍ତଦାତା ମାନଙ୍କ ମଧ୍ୟରେ ଥିଲେ – ଶରତ ଚନ୍ଦ୍ର ଜେନା, ବର୍ଷାରାଣୀ ଜେନା, ସ୍ମୃତିପ୍ରିୟା ସାହୁ, ସୁକାନ୍ତି ହୋ, ସୁଶାନ୍ତ ଓଝା, ସୀମାରାଣୀ ଘଡେଇ, ସ୍ୱପ୍ନାରାଣୀ ସେଠୀ, ଅଭିଲିପ୍ସା ଭୂୟାଁ, କମଳିନୀ ପରିଡା, ପ୍ରଜ୍ଞା ପରମିତା ଜେନା, ଜ୍ୟୋତିର୍ମୟୀ ଦାସ, ଚନ୍ଦ୍ରିକା ନାୟକ, ଅନନ୍ୟା ସାଇ ସୁଧା ପଳତା, ଶ୍ରଦ୍ଧାଞ୍ଜଳି ରାଉତ, ପୂଜା ପାତ୍ର, ରୂପଶ୍ରୀ ଜେନା, ଜସ୍ମିନି ସାହୁ, ସାଇ ରୁଦ୍ରାଣୀ ସାହୁ, ଅମରେଶ ଖଟୁଆ, ବର୍ଷାରାଣୀ ଜେନା, ସଂଜୀବନୀ ଜେନା।


