ଆସିକା ହରିହର ହାଇସ୍କୁଲର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ
ଆସିକା (ୱାଇଏନ୍ଏସ୍) : ଆସିକା ହରିହର ହାଇସ୍କୁଲର ୨୦୦୧ ବ୍ୟାଚର ବହୁ ବାଲ୍ୟ ବନ୍ଧୁ ମିଳିତ ହୋଇ ରବିବାର ସେମାନଙ୍କର ପୁରୁଣା ସ୍ମୃତିକୁ ମା କରଞ୍ଜେଇଙ୍କ ପୀଠରେ ସାଉଁଟିଥିବା ଲକ୍ଷ୍ୟ କରାଯାଇଛି। ଆସିକା ହରିହର ହାଇସ୍କୁଲରେ ୨୦୦୧ ମସିହାରେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର ସାଗର ସାବତ, ସବ୍ୟସାଚୀ ମଲ୍ଲ, ସରୋଜ କୁମାର ଭଂଜ, କୌଶଲ୍ୟା ନନ୍ଦନ ମହାପାତ୍ର, ଶୁଭାଶିଷ ମହାପାତ୍ର, ବୁଲୁ ମହାରଣା, କାର୍ତ୍ତିକ ପୋଲାଇ, ବିନିତ କୁମାର ବେହେରା, ପ୍ରମୋଦ କୁମାର ପ୍ରଧାନ, ଏମ୍.ଗିରିଜେଶ୍ୱର ଆଚାରୀ, ସନ୍ତୋଷ ରାଉତ, ଅଶୋକ ପଣ୍ଡା, ମାନସ ରଂଜନ ସ୍ୱାଇଁ, ଧିରେନ୍ ସେଠୀ, ଆଶିଷ୍ କୁମାର ପାତ୍ର, ଶଙ୍କର କୁମାର ସାହୁ, ଜିତେଶ୍ କୁମାର ପାତ୍ର, କର୍ମବୀର ପାତ୍ରଙ୍କ ସମେତ ବହୁ ଛାତ୍ର ଏକଜୁଟ ହୋଇ ସେମାନଙ୍କର ପିଲାଦିନର ସ୍ମୃତି ସାଉଁଟିବା ସହ ଆଗାମୀ ଦିନରେ ସବୁ ସମୟରେ ଏକଜୁଟ ହୋଇ ସମାଜ ସେବା କରିବା ଲାଗି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଦୀର୍ଘ ୨୫ବର୍ଷ ପରେ ୨୦୦୧ ବ୍ୟାଚର ପୁରାତନ ଛାତ୍ର ମାନେ ଏକଜୁଟ ହୋଇଥିବା ଯୋଗୁଁ ଖୁସିରେ ବିଭୋର ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ଅଞ୍ଚଳର ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଆସିକା ହରିହର ହାଇସ୍କୁଲକୁ ଇତି ମଧ୍ୟରେ ୧୦୦ବର୍ଷ ପୁରି ଯାଇଥିଲା ବେଳେ ବହୁ ଛାତ୍ର ଛାତ୍ରୀ ଭଲ ପାଠପଢି ବିରଳ କୃତିତ୍ୱର ଅଧିକାରୀ ହୋଇପାରିଥିଲା ବେଳେ ଗୋଟିଏ ଛାତ ତଳେ ୨୦୦୧ ବ୍ୟାଚର ବିଦ୍ୟାର୍ଥୀଙ୍କ ମହାମିଳନ ହୋଇଥିବା ଦେଖିବାକୁ ମିଳିଥିଲା। ହରିହର ହାଇସ୍କୁଲରେ ଶିକ୍ଷାଜୀବନ କଟାଇଥିବା ଛାତ୍ର ମାନେ ପୁରୁଣା ଦିନର ସ୍ମୃତିକୁ ସାଉଁଟିଥିବା ଲକ୍ଷ୍ୟ କରାଯାଇଥିଲା। ଏହି ଅବସରରେ ୨୦୦୧ ବ୍ୟାଚର ଦଶମ ଶ୍ରେଣୀର ପୁରାତନ ଛାତ୍ରମାନେ ସେମାନଙ୍କର ପରଲୋକାଗତ ବନ୍ଧୁ ଓ ଶିକ୍ଷକଙ୍କ ବିୟୋଗରେ ନିରବ ପ୍ରାର୍ଥନା କରିଥିବା ବେଳେ ସେହି ବ୍ୟାଚ୍ର ପୁରାତନ ଛାତ୍ରମାନେ ଯିଏ ଯେଉଁ ସ୍ତରରେ ଥିଲେ ବି ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବା ସହ ଅସୁବିଧାରେ ପଡିଥିବା ସହପାଠୀଙ୍କୁ ମିଳିତ ଭାବେ ସହଯୋଗର ହାତବଢାଇବାକୁ ଆଲୋଚନା କରାଯାଇଥିଲା। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଟିତ ଥିବା ୨୦୦୧ ବ୍ୟାଚ୍ର ପୁରାତନ ଛାତ୍ର ମାନେ ନିଜନିଜର ପାରିବାରିକ ସ୍ଥିତି, କର୍ମକ୍ଷେତ୍ରର ଅନୁଭୁତି ବଖାଣିବା ସାଙ୍ଗକୁ ଏହି ପୁରାତନ ଶିକ୍ଷାନୁଷ୍ଟାନର ସର୍ବାଙ୍ଗୀନ ଉନ୍ନତି ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିବା ଲକ୍ଷ୍ୟ କରାଯାଇଥିଲା।


