ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ପୋସ୍ ଆକ୍ଟ ସଚେତନତା

ଖଲ୍ଲିକୋଟ(ଓ୍ବାଇଏନଏସ):  ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ପୋସ ଆକ୍ଟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକଙ୍କ ସହଯୋଗ କ୍ରମେ ବିଶ୍ୱବିଦ୍ୟାଳୟର ଗଣେଶ ହଲ ଠାରେ ଏକ ସଭା ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ‘ ଲିପିକା ‘ ଏନ. ଜି. ଓ ର ନିର୍ଦ୍ଦେଶିକା ତଥା ବିଶିଷ୍ଟ ସମାଜସେବୀ ଶ୍ରୀମତୀ ରଂଜିତା ଦାସ ନିଜ ବକ୍ତବ୍ୟରେ ସେ ଆଇ. ସି. ସି ର ଗଠନ ତଥା କାର୍ଯ୍ୟଧାରା ସମ୍ପର୍କରେ ଯଥାଯଥ ପରାମର୍ଶ ଦେବା ସହ ‘ ପୋସ୍ ଆକ୍ଟ ‘ ସମ୍ପର୍କରେ ବିସ୍ତୃତ ବ୍ୟାଖ୍ୟା କରିଥିଲେ ତଥା ଛାତ୍ରଛାତ୍ରୀ ମାନଙ୍କୁ ସଚେତନ ହେବା ପାଇଁ ଆହ୍ୱାନ ଦେଇଥିଲେ। ସ୍ନାତକୋତ୍ତର ପରିଷଦ ର ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ଆଇ. ସି. ସି. ର ଅଧ୍ୟକ୍ଷା ଡ. ଉଷାରାଣୀ ରଥ। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସୀନ ଉପ କୁଳସଚିବ ତଥା ଆଇ. ସି. ସି. ର ବରିଷ୍ଠ ସଦସ୍ୟ ଡ. ପ୍ରଶାନ୍ତ କୁମାର ନରେନ୍ଦ୍ର ନିଜ ବକ୍ତବ୍ୟରେ ଛାତ୍ରୀ ତଥା ମହିଳା କର୍ମଚାରୀ ମାନଙ୍କୁ ନିର୍ଭୀକ ହେବା ନିମନ୍ତେ ପରାମର୍ଶ ଦେଇଥିଲେ । ଶେଷରେ ଛାତ୍ରଛାତ୍ରୀମାନେ ପୋସ୍ ଆକ୍ଟ ସମ୍ପର୍କରେ ଅନେକ ପ୍ରଶ୍ନ ଅତିଥିଙ୍କୁ ପଚାରି ସନ୍ଦେହ ମୋଚନ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ଆଇ. ସି. ସି. ର ସମସ୍ତ ସଦସ୍ୟ, ଅଧ୍ୟାପକ, ଅଧ୍ୟାପିକା ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ