ଆସନ୍ତା ୨୩ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଶତ ବାର୍ଷିକ ଉତ୍ସବ

ଛତ୍ରପୁର, (ଓ୍ବାଇଏନଏସ): ଆସନ୍ତା  ୨୩ ରେ ଛତ୍ରପୁର ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଶତ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯିବ, ଏଥିରେ ପାର୍ଟି ର କେନ୍ଦ୍ରୀୟ ସମ୍ପାଦକ କେ. ରାମକ୍ରୀଷ୍ଣା ଓ ରାମ କୃଷ୍ଣ ପଣ୍ଡା ସମେତ ବହୁ ରାଜ୍ୟ ନେତୃବୃନ୍ଦ ମାନେ ଯୋଗଦେଇ ତ୍ୟା ଗ, ବଳିଦାନ ଓ ସଂଗ୍ରାମ ର ଶତ ବାର୍ଷିକ ପାଳନ କରିବେ, ଏନେଇ  ସୋମବାର ଛତ୍ରପୁର ସ୍ଥିତ ଲକ୍ଷ୍ମଣ ଭଵନ ପରିସର ରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ବରିଷ୍ଠ କମ୍ୟୁନିଷ୍ଟ ନେତା ଏସ. କ୍ରିଷ୍ଣା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଆଶିଷ କୁମାର କାନୁନଗୋ  ଯୋଗ ଦେଇ ସର୍ବ ଭାରତୀୟ ପାର୍ଟି କଂଗ୍ରେସ ( ଚଣ୍ଡିଗଡ଼ ) ରିପୋର୍ଟ  ପାଠ କରିବା ସହିତ ଶତ ବାର୍ଷିକ ଉତ୍ସବ କୁ ସଫଳ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ,   ପୂର୍ବତନ ବିଧାୟକ  ତଥା ଅଭ୍ୟ ର୍ଥନା କମିଟି  ଅଧ୍ୟକ୍ଷ  ଏନ. ନାରାୟଣ ରେଡ୍ଡୀ ଏବଂ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ପ୍ରକାଶ ପାତ୍ର  ଯୋଗଦେଇ  ଗଣ ପାଣ୍ଠି, ପାର୍ଟି ର ଇତିହାସ ଏବଂ  ପାର୍ଟି କୁ ତୃଣ ମୂଳ ସ୍ତର ରେ କିପରି ମଜବୁତ କରାଯିବ ତାହା ଉପରେ ଆଲୋକପତ କରିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଜନ ମାରଣାନୀତି କୁ କଡା ସମାଲୋଚନା କରିଥିଲେ, କେନ୍ଦ୍ର ରେ ବିଜେପି ସରକାର କ୍ଷମତା ଦଖଲ କରିବା ପର ଠାରୁ ଦେଶର ଅର୍ଥନୈତିକ, ସାମାଜିକ ଓ ରାଜ ନୈତିକ ପରିସ୍ଥିତି କ୍ରମଶଃ ଶୋଚ ନୀୟ ହୋଇ ଚାଲିଛି, ଏହା ସହିତ ଡବଲ ଇଂଜିନର ସରକାର ସମସ୍ତଙ୍କୁ ଧୋକା ଦେବା ସହିତ  ଲୋକଙ୍କ  ଉପରେ ବିଭିନ୍ନ ପ୍ରକାର ଦାଉ ସାଜୁଛି ବୋଲି ମଧ୍ୟ ଉଭୟ କହିଥିଲେ, ଏହି ବୈଠକ ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଜିଲ୍ଲା ସମ୍ପାଦକ ଶ୍ରୀହର୍ଷ ରଥ, ଜିଲ୍ଲା ସହ – ସମ୍ପାଦକ ନୀଳକଣ୍ଠ ଦାଶ ଓ ପ୍ରଦୀପ କୁମାର ସେଠି,  ରାଜ୍ୟ ପରିଷଦ ସଭ୍ୟା ଏନ. ଭାନୁମତୀ ରେଡ୍ଡୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସିଏଚ. ଜନାର୍ଦ୍ଦନ ରେଡ୍ଡୀ, ଛତ୍ରପୁର ଜୋନାଲ ସମ୍ପାଦକ ଡ଼ି. ଆଦିନାରାୟଣ ରେଡ୍ଡୀ, ସହ – ସମ୍ପାଦକ ଦୁର୍ଯ୍ୟୋଧନ ପରିଡା ଓ ରାଜେନ୍ଦ୍ରନାହାକ, ଯୁବନେତା ଚିଙ୍କରା ବେହେରା, ଏନ. ସୁକାନ୍ତ ଆଚାରୀ ଙ୍କ ସମେତ ବହୁ ଆଗଧାଡି ର ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ ପାର୍ଟି ର ଶତ ବାର୍ଷିକ ଉତ୍ସବ କିପରି ଯାକଜମକ ରେ ପାଳନ ହେବ ସେଥିପାଇଁ ସମସ୍ତେ ମତ ପ୍ରକାଶ କରିଥିଲେ, ଅପରାହ୍ନ ରେ  ଛତ୍ରପୁର ସହର ରେ ଗଣ ପାଣ୍ଠି ଆଦାୟ କରାଯାଇଥିଲା, ଏଥିରେ ରାଜ୍ୟ, ଜିଲ୍ଲା ଓ ଅଂଚଳ ର ନେତା ମାନେ ଦୋକାନ କୁ ଦୋକାନ ବୁଲି  ଗଣ ପାଣ୍ଠି ସଂଗ୍ରହ କରିଥିଲେ
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ