ଗଣ୍ଡାହାତୀ ଜଳପ୍ରପାତରେ ନାବାଳିକାଙ୍କୁ ଦୁର୍ବ୍ୟବହାର: ଆନ୍ଧ୍ରର 2 ଯୁବକ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ପ୍ରଖ୍ୟାତ ପର୍ଯ୍ୟଟନସ୍ଥଳୀ ଗଣ୍ଡାହାତୀ ଜଳପ୍ରପାତରେ  ଜଣେ ନାବାଳିକାଙ୍କୁ ଦୁଇଜଣ ମଦ୍ୟପ ଯୁବକ ଦୁର୍ବ୍ଯବହାର କରିଥିବା ଜଣାପଡିଛି. ଏହି ଘଟଣାରେ ପୋଲିସ ଆନ୍ଧ୍ରପ୍ରଦେଶର 2 ଜଣ ଯୁବକଙ୍କୁ ଗିରଫ କରି କୋୖର୍ଟଚାଲାଣ କରାଯାଇଥିବା ଖବର ମିଳିଛି.  ଗତକାଲି ରବିବାର ଥିବା ଯୋଗୁଁ ଜଳପ୍ରପାତକୁ ପର୍ଯ୍ୟଟକଙ୍କ ପ୍ରବଳ ସୁଅ ଛୁଟିଥିଲା | ସମସ୍ତେ ବଣଭୋଜିରେ ମାତିଥିଲେ। ଏହି ସମୟରେ ଝରଣାକୁ ଗାଧୋଇବା ପାଇଁ ଯାଇଥିବା ଗଣ୍ଡାହାତୀ ଗ୍ରାମାଞ୍ଚଳର ଜଣେ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ଶିକାକୁଲମ ଜିଲ୍ଲା ଗୋକର୍ଣ୍ଣପୂରମ ଗ୍ରାମର ଡି. ନରେଶ, ଏସ. ହରିଶ ଦୁବ୍ୟବହାର କରିଥିଲେ। ତେବେ ନାବାଳିକା ଜଣକ ଚିତ୍କାର କରିବା ସହ ଖସିବାକୁ ଉଦ୍ୟମ କରିଥିଲେ । ଗ୍ରାମବାସୀ ତୁରନ୍ତ ସେଠାରେ ପହଞ୍ଚି ଉଭୟ ମଦ୍ୟପ ଯୁବକଙ୍କୁ କାବୁ କରି ଗାରାବନ୍ଧ ପୁଲିସକୁ ଡାକି ଜିମା ଦେଇଥିଲେ। ଏହି ଘଟଣାରେ ଗାରବନ୍ଧ ପୋଲିସ କେଶ ନଂ 106/25 ରେ ମାମଲା ରୁଜୁ କରିବା ସହ ନରେଶ ଓ ହରିଶକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ