ମା ରାମାୟଣାମ୍ମା ଠାକୁରାଣୀ ମନ୍ଦିରର ନୂତନ ପରିଚାଳନା କମିଟି ଗଠନ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ସହର ର ଆରାଧ୍ୟଦେବୀ ମା ରାମାୟଣାମ୍ମା ଠାକୁରାଣୀ ମନ୍ଦିରର ସୁପରିଚାଳନା ନିମନ୍ତେ ମନ୍ଦିର ପରିସର ରେ ସମ୍ପାଦକ ବି. ଶ୍ରୀନିବାସ ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା, ବୈଠକ ରେ ବିଭିନ୍ନ ବିଷୟରେ ଆଲୋଚନା ହେବା ସହିତ ଏକ ନୂତନ କମିଟି ଗଠନ କରାଯିବା ସହିତ ନୂତନ କର୍ମକର୍ତାଙ୍କୁ ମଧ୍ୟ ଚୟନ କରାଯାଇଥିଲା, ଏଥିରେ ସଭାପତି ଭାବେ ଏସ. ରାମ ମୋହନ ରାଓ, ଉପସଭାପତି ଭାବେ ସିଏଚ. ଦୟାନନ୍ଦ ରେଡ୍ଡୀ, କେ. ଚନ୍ଦ୍ର ଶେଖର ରେଡ୍ଡୀ ଓ ଏମ. ସମରେନ୍ଦ୍ର ସେନାପତି, ସମ୍ପାଦକ ଭାବେ ବି. ଶ୍ରୀନିବାସ, ଯୁଗ୍ମ ସମ୍ପାଦକ ଭାବେ ସିଏଚ. ପୂର୍ଣ୍ଣ କୁମାର, କୋଷାଧ୍ୟକ୍ଷ ଭାବେ ଏନ. ପ୍ରଭାକର ରାଓ ଏବଂ ଉପଦେଷ୍ଟା ଭାବେ ଏ. ରାବଣା ରାଓ ଓ ରବୀନ୍ଦ୍ରନାଥ ସାହୁଙ୍କୁ ସର୍ବସମ୍ମତ୍ତିକ୍ରମେ ମନୋନୀତ କରାଯାଇଛି, ଏହି କମିଟି ମନ୍ଦିର ର ଉନ୍ନୀତି ଓ ବିକାଶ ଏବଂ ବିଭିନ୍ନ ଆନୁଷ୍ଠାନିକ କାର୍ଯ୍ୟ କରିବା ନିମନ୍ତେ ସହଯୋଗ କରିବ, ଏହି ବୈଠକ ରେ ଟି. ଚନ୍ଦ୍ର ଶେଖର ରାଓ, ଏସ. ଡାଲେୟା ରେଡ୍ଡୀ,ସୁଧୀର କୁମାର ପଟ୍ଟନାୟକ, ପି. ରାଜୁ ରେଡ୍ଡୀ, ଜି. ଜନାର୍ଦନ ରାଓ,କେ. ରାମବାବୁ,ଦିଲ୍ଲୀପ କୁମାର ପାଳ,ରାଜେନ୍ଦ୍ର କୁମାର ସାହୁ, ବୁଲୁ ଓ ରମେଶ ଙ୍କ ସମେତ ବହୁ ଅଂଚଳ ବାସୀ ଓ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ, ଶେଷରେ ନୂତନ କର୍ମକର୍ତା ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା, ସୂଚନା ଯୋଗ୍ୟ ଯେ ଗତ ୧୬. ୮. ୨୦୧୨ରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତା ଚୟନ ହୋଇଥିଲା, ଏହି କମିଟି ଭାଙ୍ଗି ପୁଣି ନୂତନ ଭାବେ କମିଟି ଗଠନ ହୋଇଥିବା ଆଇନଜୀବୀ ତଥା ସମ୍ପାଦକ ବି. ଶ୍ରୀନିବାସ ସୂଚନା ଦେଇଛନ୍ତି, ଏହା ସବୁଦିନିଆ କମିଟି ଭାବେ ରହିବ ବୋଲି ସେ କହିଛନ୍ତି


