ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହିତାଧିକାରଙ୍କ ପାଇଁ ସଚେତନତା ଶିବିର

କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ମୁଣ୍ଡୁଆସ୍ଥିତ ସଂସ୍କୃତିଭବନ ଠାରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହିତାଧିକାରୀମାନଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶିବିରରେ କୌଳିକ ବୃତ୍ତିରେ ପରିବାର ପ୍ରତିପୋଷଣ କରୁଥିବା ବାରିକ,ବଢେଇ,ମୋଚି,କଣ୍ଢେଇ ଖେଳନା,ମାଛ ଜାଲ ବୁଣାଳୀ,ଫୁଲମାଳା ନିର୍ମାତା,ବଣିଆ/ସୁନାରୀ,ହାମରଟୁଲକିନ,କମାର,ତାଲାନିର୍ମାଣ,ରାଜମିସ୍ତ୍ରୀ,ଧାତୁପଦାର୍ଥନିର୍ମାଣକାରୀ,କୁମ୍ଭାର,ମୂର୍ତ୍ତୀକାର,ଧୋବା, ଅସ୍ତ୍ରଶସ୍ତ୍ର,ବାସ୍କେଟ ନିର୍ମାଣ କରୁଥିବା ୧୧୦ ଜଣ ହିତାଧିକାରୀ ଅଂଶ୍ରଗ୍ରହଣ କରିଥିଲେ । ଏଥିରେ ଏମଏସ୍ଏମଇ ଡିଏଫ୍ଓ,କଟକ ର ସହ ନିଦେ୍ର୍ଦଶକ ସୁବାସ କୁମାର ସାହୁ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ରଖିଥିଲେ । ଭୁବନେଶ୍ୱର ସ୍ଥିତ ପୋଷ୍ଟାଲ ବ୍ୟାଙ୍କର ସର୍କଲ ମୁଖ୍ୟ ସୁଶାନ୍ତ କୁମାର ବେହେରା ବ୍ୟାଙ୍କର ସୁବିଧା ଏବଂ ୩୪ଜଣ ହିତାଧିକାରଙ୍କୁ ମାଗଣାରେ କୁ୍ୟଆର କୋର୍ଡ ପ୍ରଦାନ କରିଥିଲେ । ଏନ୍ଏସ୍ଡିସିର ପ୍ରବକ୍ତା ଲକ୍ଷ୍ମୀପ୍ରିୟା ମହାନ୍ତି ହିତାଧିକାରୀମାନଙ୍କ ସାମର୍ଥ୍ୟ ବଢାଇବା ପାଇଁ ବେସିକ ଟ୍ରେନିଂ କିଭଳି ସାହାଯ୍ୟ କରୁଛି ଏବଂ ମିଳୁଥିବା ଷ୍ଟାଇପେଣ୍ଡ ବିଷୟରେ ଉଲ୍ଲେଖ କରିଥିଲେ । ଯେଉଁମାନଙ୍କର କିଛି ଅସୁବିଧା ରହିଛି ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ଜିଲ୍ଲା ଶିଳ୍ପ କେନ୍ଦ୍ର, କେନ୍ଦୁଝର ର ସହାୟକ ଅଧିକାରୀ ମଲ୍ଲିକା ମୁର୍ମୁ ପିଏମ୍ ବିଶ୍ୱକର୍ମା ହିତାଧିକାରୀମାନଙ୍କର ଚୟନ ପ୍ରକ୍ରୀୟା ବିଷୟରେ ବକ୍ତବ୍ୟ ରଖିଥିଲେ । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ସ୍କିମ ର ଡୋମେନ ଏକ୍ସପୋର୍ଟ ଅନୁବ୍ରତ ବେହେରା, ଜ୍ଞାନରଞ୍ଜନ ସାମନ୍ତ ସିଂହାର ସମସ୍ତ ହିତାଧିକାରୀମାନଙ୍କୁ ବ୍ୟାଙ୍କରୁ ଋଣ ନେଇ ଟଙ୍କାର ସଦୁପଯୋଗ କରିବା, ନିଜର ବ୍ୟବସାୟକୁ ବଢାଇବା ପାଇଁ ପରାମର୍ଶ ଦେଇଥିଲେ । ବ୍ୟାଙ୍କ ଦ୍ୱାରା ପ୍ରଦତ୍ତ ଋଣ ବହୁତ କମ ଲୋକଙ୍କୁ ମିଳିଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଭୁବନେଶ୍ୱରସ୍ଥିତ କ୍ରସସଫ୍ଟ ସଲୁ୍ୟସନ ପ୍ରାଇଭେଟ ଲିଃ ର ପ୍ରତିଷ୍ଠାତା ତଥା ଡିଜିଟାଲ ମାର୍କେଟିଂ ବିଶାରଦ ସତ୍ୟଜିତ୍ ପରିଜା ଅନଲାଇନରେ ମାର୍କେଟିଂ କରିବାର ପଦ୍ଧତି, ଏହାଦ୍ୱାରା ଅଳ୍ପ ପରିଶ୍ରମ ଏବଂ ସମୟ ବ୍ୟବଧାନରେ ଅଧିକା ବିକ୍ରୀ କରିବାର କ୍ଷମତା ବିଷୟରେ ବୁଝାଇଥିଲେ । ବିଭିନ୍ନ ହିତାଧିକାରୀମାନଙ୍କର ଦ୍ରବ୍ୟ ଗୁଡିକର ଫଟୋ ଦେଖାଇବା ସଙ୍ଗେ ସଙ୍ଗେ ହିତାଧିକାରୀମାନଙ୍କ ର ଅନଲାଇନରେ ମେସୋ ପ୍ଲାଟଫର୍ମରେ ଫଟୋ ଅପଲୋଡ କରିଥିଲେ । ଶେଷରେ ଏମଏସ୍ଏମଇ ଡିଏଫଓ, କଟକ ର ସହ ନିଦେ୍ର୍ଦଶକ ଅଭିମନୁ୍ୟ ମୋଦି ଧନ୍ୟବାଦ ଅର୍ପଣ କରିଥିଲେ । କେନ୍ଦୁଝର ଜିଲ୍ଲାରେ ୫୭୬ କୌଳିକ ବୃତ୍ତି ଟ୍ରେନିଂ ନେଇଥିବା ହିତାଧିକାରୀଙ୍କ ମଧ୍ୟରୁ ୫୬୬ଜଣଙ୍କୁ ବ୍ୟବସାୟ ପାଇଁ ଯନ୍ତ୍ରପାତି(ଟୁଲ କିଟ) ପ୍ରଦାନ କରାଯାଇ ସାରିଲାଣି । ସେହିପରି ଋଣ ପାଇଁ ଆବେଦନ କରିଥିବା ୨୭୫ ଜଣଙ୍କ ମଧ୍ୟରୁ ୮୦ଜଣ ହିତାଧିକାରୀଙ୍କୁ ବିଭିନ୍ନ ଜାତୀୟ କରଣ ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ