ଜାତୀୟ ସ୍ତରୀୟ ଯୋଗାସନ ପ୍ରତିଯୋଗିତା ପାଇଁ ୭ ମନୋନୀତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଚିଦାନନ୍ଦ ସରସ୍ୱତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରାଜ୍ୟ ସ୍ତରୀୟ ବାଳିକା ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଗତ  ଦୁଇ ଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତା ରେ ଗଞ୍ଜାମ, କଟକ,ପୁରୀ,ବାଲେଶ୍ଵର,ବଲାଙ୍ଗୀର ପ୍ରଭୃତି ଜିଲ୍ଲାର ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟର ୩୦ ରୁ ଉର୍ଦ୍ଧ୍ବ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଦେବଦତ୍ତ ସୁବୁଦ୍ଧି ଅତିଥି ଭାବେ ଯୋଗଦେଇ ଏହା ର ଶୁଭ ଉଦଘାଟନ କରିଥିଲେ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ଉକ୍ତ ପ୍ରତିଯୋଗିତା ପାଇଁ  କ୍ରୀଡା ପ୍ରଶିକ୍ଷକ କେ. ନାନବାବୁ ଦୋରା, ଏମ. ଗୋପାଳ ରେଡ୍ଡୀ ଙ୍କୁ ଚୟନ କର୍ତ୍ତା ଭାବେ ନିଯୁକ୍ତ କରାଯାଇଥିଲା। ସମୁଦାୟ ୭ ଛାତ୍ରୀ ଙ୍କୁ ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ଜାତୀୟ ସ୍ତରୀୟ ପ୍ରତିଯୋଗିତା ନିମନ୍ତେ ଚୟନ କରାଯାଇଥିଲା।  କ୍ରୀଡା ଶିକ୍ଷକ ସଚ୍ଚିଦାନନ୍ଦ ଦାସ, ପ୍ରଦୀପ କୁମାର ପ୍ରଧାନ, ପ୍ରଶିକ୍ଷିକା ଏଲିଜା ପଟ୍ଟନାୟକ, ସବିତା କୁମାରୀ ପଣ୍ଡା, ସସ୍ମିତା ପ୍ରଧାନ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିବା ବେଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ