୪୨ତମ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ୨୦୨୫
କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ବାଂଶପାଳ ବ୍ଲକ ଓଷ୍ଟାର ୪୨ତମ ଶିଶୁ ଉସôବ ଆଜି ବିପ୍ଳବୀ ରତ୍ନାକର ଉଚ୍ଚ ବିଦ୍ୟାଳୟ, କାଞ୍ଜିପାଣିଠାରେ ଅନୁଷ୍ଠିତ ହୋଇଯାଇଛି । ୧୦ଟି ବିଭାଗରେ ୧୫୦ ଜଣ ପ୍ରତିଯୋଗୀ ବିଭିନନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପୁରସ୍କାର ବିତରଣ ଉସôବରେ ଉପସଭାପତି ବିଶ୍ୱନାଥ ବାରିକ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ବାଂଶପାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାଶରଥି ଶୁଣ୍ଢି ଯୋଗ ଦେଇଥିଲେ । ଜିଲ୍ଲା ଓଷ୍ଟାର ସଭାପତି ମନ୍ମଥନାଥ ମହାନ୍ତ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଉଦ୍ଘାଟନୀ ଉସôବରେ ମୁଖ୍ୟ ଅତିଥି ଭାବେ ବାଂଶପାଳ ବ୍ଲକ ଓଷ୍ଟାର ଉପଦେଷ୍ଟା ବିଶ୍ୱଭୂଷଣ ମହାନ୍ତ,ମୁଖ୍ୟବକ୍ତା ଭାବେ ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ବର୍ତ୍ତମାନର ଉପଦେଷ୍ଟା ଭିକାରୀ ଚରଣ ସାହୁ,ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବାସନ୍ତୀ ନାଏକ,କାଞ୍ଜିପାଣି ସିଆର୍ସିସି ଶତୃଘନ ମନ୍ତ୍ରୀ,ବିପ୍ଳବୀ ରତ୍ନାକର ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫୁଲ୍ଲ ଆରୁକ,ଜିଲ୍ଲା ଉପସଭାପତି ବୈକୁଣ୍ଠ ମହାନ୍ତ,ସଂପାଦକ ସୁଶାନ୍ତ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିପ୍ଳବୀ ରତ୍ନାକର ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ବ୍ଲକ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ ।


