ବିଶିଷ୍ଟ କଂଗ୍ରେସ ନେତା ସୁବୋଧ ମହାପାତ୍ରଙ୍କ ପରଲୋକ
ହାଟଡିହି (ଓ୍ବାଇଏନଏସ): ପୂର୍ବତନ ଜିଲ୍ଲା କଂଗ୍ରେସ କମିଟିର ସଭାପତି ବିଶିଷ୍ଟ କଂଗ୍ରେସ ନେତା ସୁବୋଧ ମହାପାତ୍ରଙ୍କ ୯୬ ବର୍ଷ ବୟସରେ ରବିବାର ରାତିରେ ପରଲୋକ ଘଟିଛି। ମୃତ୍ଯୁ ଶଯ୍ୟା ନିକଟରେ ପୁଅ ପ୍ରଦୀପ ମହାପାତ୍ର, ସନ୍ତୋଷ ମହାପାତ୍ର, ସୁକାନ୍ତ ମହାପାତ୍ର, ପ୍ରସନ୍ନ ମହାପାତ୍ର, ସୁଶାନ୍ତ ମହାପାତ୍ର, ସୁବ୍ରତ ମହାପାତ୍ର, ସଂଜୀବ ମହାପାତ୍ର, ସମିର ମହାପାତ୍ର, ଝିଅ ଶୁଭଶ୍ରୀ ମହାପାତ୍ର, ସ୍ବପ୍ନାଶ୍ରୀ ମହାପାତ୍ର, ଜୟଶ୍ରୀ ମହାପାତ୍ର, ଶ୍ରୀପ୍ରାଶ୍ରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସ୍ବର୍ଗତ ସୁବୋଧ ମହାପାତ୍ର ପୂର୍ବରୁ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଥିବାବେଳେ ଦୀର୍ଘ ବର୍ଷ ଧରି କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ। ସେ ଆମ୍ବୋ ପଞ୍ଚାୟତର ସରପଞ୍ଚ ଭାବେ କାର୍ଯ୍ୟକରିଛନ୍ତି। ସେ ଦୁଇ ଦୁଇ ଥର ଭୁବନ୍ଧକ ବ୍ୟାଙ୍କର ସଭାପତି, ଦୁଇଥର ବାତୋ ସମବାୟ ସମିତିର ସଭାପତି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି। ବର୍ତ୍ତମାନ ତାଙ୍କ ବହୁ ମଧ୍ୟ ଆମ୍ବୋ ପଞ୍ଚାୟତର ସରପଞ୍ଚ ଅଛନ୍ତି। ଆଜି ତାଙ୍କ ପରଲୋକ ଖବର ପାଇଁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ରାଉତ, ବରିଷ୍ଠ କଂଗ୍ରେସ ନେତା କୃଷ୍ଣ ଚନ୍ଦ୍ର ଜେନା, ପୂର୍ବତନ ସରପଞ୍ଚ ପ୍ରଭାସ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଆମ୍ବୋ ସ୍ଥିତ ବାସଭବନ ରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ବୈତରଣୀ କୁଳରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।


