ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ଵାରା ଧାନମଣ୍ଡି ଶୁଭାରମ୍ଭ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି ହୋମ, ପୂଜାର୍ଚ୍ଚନା କରିବା ସହ ଧାନମଣ୍ଡି ଶୁଭାରମ୍ଭ କରିଥିଲେ । ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାର , ଜିଲା  ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ , ଡିଆରସିଏସ୍ ଯୋଗମାୟା ସାବତ , ଏଆରସିଏସ୍ ଦେବାଶିଷ ସ୍ବାଇଁ , ଏସିଏସଓ ଦେବସ୍ମିତା ମଲ୍ଲିକ ,ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ , ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର,   ଜିଲା ଭାଜପା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ , ସରପଞ୍ଚ ଗୌରୀ ବିଷୋୟୀ , ସମବାୟ ସଭାପତି ଶିବରାମ ପ୍ରଧାନ , ବ୍ଲକ ଯୋଗାଣ ନିରୀକ୍ଷକ ବ୍ରଜେଶ୍ବର ରୟ ଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ମୁଖ୍ୟଅତିଥି ତଥା ବିଧାୟକ  ଚାଷୀମାନେ ମଣ୍ଡିକୁ ଗୁଣାତ୍ମକ ଧାନ ଆଣିବାକୁ କହିଥିଲେ । ଏଥିସହ ଦାୟିତ୍ୱରେ ଥିବା ମିଲର ଏବଂ ସମବାୟ କର୍ମଚାରୀ ବୃନ୍ଦ ଚାଷୀ ମାନଙ୍କୁ ଧାନକ୍ରୟ ସମୟରେ ସହଯୋଗ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।  ଫାସିଗୁଡା ସମବାୟ ସମିତି ରେ ଚଳିତବର୍ଷ ଚାଷୀଙ୍କ ଠାରୁ ୯୧୯୧ କ୍ଵିଣ୍ଟାଲ ଧାନ ସଂଗ୍ରହ ନିମନ୍ତେ ଟାର୍ଗେଟ ରହିଥିବା ବେଳେ ମଙ୍ଗଳବାର ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୨୪୮  ଟୋକେନ ଜେନେରେଟ ହୋଇଥିବା ଜିଲାପାଳ କହିଥିଲେ । ପ୍ରଥମ ଦିନରେ ଚାଷୀଙ୍କ ଠାରୁ ୧୧୮ କ୍ଵିଣ୍ଟାଲ ଧାନ କ୍ରୟ କରାଯାଇଥିବା ବ୍ଲକ ଯୋଗାଣ ନୀରିକ୍ଷକ ସୂଚନା ଦେଇଥିଲେ। ଏହାପରେ ବିଧାୟକ କରପଡା ପଞ୍ଚାୟତ ଦେଖାଳି ସେବା ସମବାୟ ସମିତି ର ନୂତନ ଗୃହର ଉଦଘାଟନ ଏବଂ ଧାନମଣ୍ଡିର ଶୁଭାରମ୍ଭ  କରିଥିଲେ । ସ୍ଥାନୀୟ ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ ,କ୍ଷେତ୍ର ଅଧିକାରୀ ଚାନ୍ଦିନୀ ସେଠୀ , ସମବାୟ ସଭାପତି ଚୁଡ଼ାମଣି ପ୍ରଧାନ , ସମ୍ପାଦକ ଅଶୋକ କୁମାର ପ୍ରଧାନ ଙ୍କ ସମେତ ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ